ଦେଶ ବିଦେଶ ପର୍ଯ୍ୟଟନ

କୋଟିଆରେ ଫଳିଲା ଷ୍ଟ୍ରବେରି

ପଟ୍ଟାଙ୍ଗି: କୋଟିଆରେ ଫଳିଛି ଷ୍ଟ୍ରବେରି | ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କୋଟିଆରେ ଏବେ ଷ୍ଟ୍ରବେରି ଚାଷ ହେଉଥିବାର ଦେଖିବାକୁ ମିଳିଛି | ଭିଟାମିନ-ସି ଓ ଆଇରନରେ ଭରପୁର ଷ୍ଟ୍ରବେରି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ କୋଟିଆର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ବୋଲି ଜଣାପଡିଛି |

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପାଇଁ ଝାଡୁ ଚାଷ, ଗୋ-ପାଳନ ଆଦି ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏଥିସହ ଉତ୍ତମ ଜଳବାୟୁ ଦେଖି ପରୀକ୍ଷାମୂଳକ ଭାବେ କୋଟିଆ ପଞ୍ଚାୟତର ଦୋଳିଆମ୍ଭରେ ଆରମ୍ଭ କରାଯାଇଥିଲା ଷ୍ଟ୍ରବେରି ଚାଷ।

ଏହି ଚାଷ ନିମନ୍ତେ ଏସଏଚଜି ସଦସ୍ୟାମାନଙ୍କୁ ଚାରା ଠାରୁ ଆରମ୍ଭ କରି ବିଭିନ୍ନ ଖର୍ଚ୍ଚ ଯୋଗାଇ ଦେଇଥିଲା କୋରାପୁଟ ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ଷ୍ଟ୍ରବେରି ଫଳିଥିବା ଦେଖି ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ବହୁ ପରିମାଣରେ ଷ୍ଟ୍ରବେରି ଫଳିଲେ ଅଞ୍ଚଳବାସୀ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ