ରାଜ୍ୟ

କୋଟିଆରେ ପ୍ରଶାସନର କସରତ: ଭୋଟରଙ୍କୁ କରାଗଲା ସଚେତନ

ପଟାଙ୍ଗି: କୋଟିଆରେ ଗୋଟିଏ ବି ଭୋଟ ଯେମିତି ଏପଟସେପଟ ନହୁଏ ସେଥିପାଇଁ ଓଡ଼ିଶା ପକ୍ଷରୁ ଆରମ୍ଭ ହେଲା କସରତ। କୋରାପୁଟ ଜିଲ୍ଲା ପ୍ରଶାସନ ପୂରା ଜୋର ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲା ବେଳେ ଜିଲ୍ଲାପାଳ ନିଜେ ଏହାର ନେତୃତ୍ବ ନେଉଛନ୍ତି। ଆନ୍ଧ୍ରର ସମସ୍ତ ଚାଲ୍‌କୁ ଭଣ୍ଡୁର କରିବାକୁ ଦୁଇ ଦିନ ଧରି କୋଟିଆରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯିବ ବୋଲି ସୂଚନା ମିଳିଛି। ଗୋଟିଏ ଦିନରେ (ମେ’ ୧୩ ତାରିଖ)ରେ ଆନ୍ଧ୍ର ଓ କୋଟିଆରେ ମତଦାନ ହେବ। ଗତଥର କୋଟିଆ ଭୋଟର ଉଭୟ ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଭାଗ ନେଇଥିଲେ। ତେବେ ଆନ୍ଧ୍ର ପାଇଁ ଅଳ୍ପ ଭୋଟର ହିଁ ମତଦାନ କରିଥିଲେ। ଏଥର ଭୋଟର ସଂଖ୍ୟା ବଢ଼ାଇବା ସହ ଭୋଟ ହାର ବୃଦ୍ଧି କରିବାକୁ ଆନ୍ଧ୍ର ପ୍ରଶାସନ ଲକ୍ଷ୍ୟ ରଖିଛି। ଏଥିପାଇଁ ପୂର୍ବରୁ ଭୋଟର ପରିଚୟ ପତ୍ର ବାଣ୍ଟିବା ସହ ଲୋକଙ୍କୁ ସଚେତନତା ଆଳରେ ପ୍ରଲୋଭିତ କରିଛି। ଯାହାର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପଟାଙ୍ଗି ବ୍ଲକ ପ୍ରଶାସନ ମିଳିତ ଭାବେ କୋଟିଆରେ ଦୁଇ ଦିନିଆ ସଚେତନତା ଅଭିଯାନକୁ ଆରମ୍ଭ କରିଛନ୍ତି।

ପ୍ରଥମ ଦିବସରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଫାଟୁସିନେରୀ, ମାଡ଼କାର, କୋଟିଆ ଏବଂ ଗଞ୍ଜେଇପଦର ପ୍ରମୁଖ ଗାଁରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନିଜ ମତ ଅଧିକାର କିଭଳି ସାବ୍ୟସ୍ତ କରିବେ ସେହି ବିଷୟରେ ଆଲୋଚନା ହୋଇଥିଲା। ଫାଟୁସିନେରୀ ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗ୍ରାମବାସୀଙ୍କୁ ସଚେତନ କରିବାର ସହ ଭୋଟର ମୂଲ୍ୟ କ’ଣ ବୁଝାଇଥିଲେ। ଏହି ଅବସରରେ ଗ୍ରାମବାସୀ ରାଲି କରି ମତଦାନ ନିମନ୍ତେ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।