ଧର୍ମ

କୈଳାଶ ପର୍ବତ ଉଠାଇଥିଲା ରାବଣ, ଜାଣନ୍ତୁ କାହିଁକି ଉଠାଇ ପାରିଲାନି ଶିବ ଧନୁ, ଭାଙ୍ଗି ଦେଲେ ରାମ ଚନ୍ଦ୍ର

ରାବଣ ଜଣେ ବଳଶାଳୀ ରାଜା ଥିଲା। ସେ ଶିବଙ୍କ ସହ କୈଳାଶ ପର୍ବତକୁ ହାତରେ ଉଠାଇଥିଲା। ତେବେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁ ଉଠାଇ ପାରିନଥିଲା। ସେହି ଧନୁକୁ ଭଗବାନ ଶ୍ରୀରାମ ଉଠାଇ ଗୁଣ ଚଢାଇବା ବେଳେ ତାହା ଭାଙ୍ଗିଯାଇଥିଲା। ତେବେ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେଉଁ ରାବଣ କୈଳାଶ ପର୍ବତ ହାତରେ ତୋଳିଧିରଥିଲା ଶିବଧନୁ ଉଠାଇ ପାରିଲାନି କାହିଁ। ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର।

ଶିବଙ୍କ ଧନୁ ବହୁତ ଶକ୍ତିଶାଳୀ ଓ ଚମତ୍କାରୀକ ଥିଲା। ଶିବଙ୍କ ଧନୁର ଟଙ୍କାର ଶବ୍ଦରେ ବାଦଲ ବି ଫାଟିଯାଉଥିଲା। କୁହାଯାଏ ଏହାର ଟଙ୍କାର ଶବ୍ଦରେ ହିମାଳୟ ବି କମ୍ପୁଥିଲା। ଏହି ଧନୁରୁ ବାହାରିଥିବା ଗୋଟିଏ ତିର ତ୍ରିପୁରାସୁରର ୩ଟି ନଗରୀଙ୍କୁ ଧ୍ୱଂସ୍ତ ହୋଇଯାଇଥିଲା। ଏହି ଧନୁର ନାମ ଥିଲା ପିନାକ। ତେବେ ଦେବୀଦେବତାଙ୍କ ସମୟ ସମାପ୍ତି ପରେ ଧନୁକୁ ଇନ୍ଦ୍ରଙ୍କ ଦାୟିତ୍ୱରେ ଦିଆଯାଇଥିଲା। ତେବେ ଦେବତାମାନେ ଏହି ଧନୁକୁ ଜନକଙ୍କ ପୂର୍ବଜ ତଥା ନିମିଙ୍କ ଜ୍ୟେଷ୍ଠପୁତ୍ର ଦେବରାଜଙ୍କୁ ଦେଇଦେଇଥିଲେ। ପରିବାରର ଉତ୍ତରାଧିକାରରେ ଧନୁଟି ଜନକଙ୍କ ଅଧୀନକୁ ଆସିଥିଲା।

ତେବେ ସୀତାଙ୍କ ସ୍ୱୟମ୍ବରରେ ରଖା ଯାଇଥିବା ଧନୁ ଉଠାଇବାକୁ ସର୍ତ୍ତ ଥିଲା। ରାବଣ ବାହୁବଳରେ କୈଳାଶ ପର୍ବତକୁ ହାତରେ ଉଠାଇଥିଲା। ହେଲେ ଅହଂକାର ଯୋଗୁ ଧନୁକୁ ଉଠାଇପାରିନଥିଲା। ସେ ଯେତେ ବଳ ପ୍ରୟୋଗ କରୁଥିଲା ଧନୁ ସେତେ ଭାରି ହୋଇଯାଉଥିଲା। କାରଣ ଥିଲା ଧନୁର ଦୈବୀୟ ଶକ୍ତି । ଯେତେବେଳେ ଜଣକ ପରେ ଜଣେ ରାଜା ଧନୁ ଉଠାଇ ନ ପାରି ଲଜ୍ଜିତ ହୋଇ ଫେରିଲେ ଗୁରୁ ବିଶ୍ୱାମିତ୍ର ରାମଙ୍କୁ ଧନୁ ଉଠାଇବାକୁ ଆଦେଶ ଦେଲେ। ରାମଚନ୍ଦ୍ର ଜାଣି ଯାଇଥିଲେ ଧନୁର ଐଶ୍ୱରିକ ଶକ୍ତି ରହିଛି। ଏଣୁ ସେହି ଅନୁସାରେ ପ୍ରସ୍ତୁତି କରି ଉଠିଥିଲେ ଧନୁ ଉତ୍ତୋଳନ ଲାଗି।

ରାମଚନ୍ଦ୍ର ଧନୁ ନିକଟରେ ପହଞ୍ଚି ପ୍ରଥମେ ପ୍ରଣାମ କରିବା ସହ ଶସ୍ତ୍ରକୁ ସମ୍ମାନ କରିଥିଲେ। ଏହା ଶିବ ଧନୁ ହୋଇଥିବାରୁ ପ୍ରଦୀକ୍ଷଣ କରି ନିଜକୁ ଶରଣ କରିଥିଲେ। ଫଳରେ ଧନୁ ସୁଖିଲା ତୃଣ ଠାରୁ ବି ହାଲୁକା ହୋଇଯାଇଥିଲା। ଯାହାକୁ ମର୍ଯ୍ୟଦାପୁରୁଷୋତ୍ତମ ଅକ୍ଲେଶରେ ଉଠାଇ ଗୁଣ ଦେବାକୁ ଉଦ୍ୟମ କରନ୍ତେ ପ୍ରକାଣ୍ଡ ଶବ୍ଦ କରି ଭାଙ୍ଗିଯାଇଥିଲା। ରାମଙ୍କ ପୂର୍ବରୁ ସୀତା ମଧ୍ୟ ଧନୁକୁ ଉଠାଇଥିବାର ପୁରାଣ କୁହେ। ଶିବଙ୍କୁ ପ୍ରଣାମ ପୂର୍ବକ ମାତା ସୀତା ଧନୁକୁ ବାମ ହାତରେ ଉଠାଇ ସ୍ଥାନାନ୍ତର କରିଦେଇଥିଲେ। ଏଣୁ ଜନକ ଏହି ଧନୁକୁ ଯିଏ ଉଠାଇବ ତାକୁ କନ୍ୟାଦାନ କରିବେ ବୋଲି ସର୍ତ୍ତ ରଖିଥିଲେ। ସୀତାଙ୍କ ଭଳି ରାମ ମଧ୍ୟ ଧନୁ ଉଠାଇବାକୁ ପ୍ରୟାଶ କରି ଏଥିରେ ସଫଳ ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ