ଖେଳ ଦେଶ ବିଦେଶ

କୋହଲି ହିଁ ସଚିନ୍‌ଙ୍କ ରେକର୍ଡ ଭାଙ୍ଗି ପାରିବେ: ଗାଏକ୍ବାଡ

ନୂଆଦିଲ୍ଲୀ: ବିରାଟ କୋହଲି ବନାମ ସଚିନ ତେନ୍ଦୁଲକର ବିତର୍କ ଭାରତୀୟ ପ୍ରଶଂସକଙ୍କ ପସନ୍ଦ। ଏବର ପିଢ଼ି ପାଇଁ କିଏ ଶ୍ରେଷ୍ଠ ବ୍ୟାଟର୍‌ ଆଗାମୀ ଦିନ ହିଁ କହିବ। କୀର୍ତ୍ତିମାନ ଓ ନମ୍ବରରେ ଉଭୟ ଖେଳାଳିଙ୍କୁ ତୁଳନା କରିବା ମଧ୍ୟ ଏବର ସମୟରେ କଷ୍ଟକର। ଯାହା ବି ହେଲେ ସଂପ୍ରତି ଭାରତୀୟ ଦଳରୁ ଖେଳୁଥିବା କୋହଲି ହିଁ ଏକମାତ୍ର ଖେଳାଳି ଯିଏ କି ସଚିନଙ୍କ କୀର୍ତ୍ତିମାନ ଭାଙ୍ଗି ପାରିବେ। କୋହଲି ୩୩ ବର୍ଷ ବୟସରେ ସଚିନଙ୍କ ସର୍ବାଧିକ ଟେଷ୍ଟ୍‌ ଶତକ (୪୯)ଠୁ ମାତ୍ର ୬ଟି ପଛରେ ରହିଛନ୍ତି ଏବଂ ୫୦ ଶତକ ମଧ୍ୟ ଡେଇଁବାରେ ସକ୍ଷମ ଅଛନ୍ତି। ଯଦି କୋହଲିଙ୍କ ଫିଟ୍‌ନେସ୍‌ ଠିକ୍‌ ରହେ ତେବେ ସେ ୨୦୦ ଟେଷ୍ଟ୍‌ ମଧ୍ୟ ଖେଳିପାରିବେ। ସଚିନଙ୍କ ଅନେକ କୀର୍ତ୍ତିମାନକୁ କୋହଲି ହିଁ ଭାଙ୍ଗିପାରିବେ। ହେଲେ କୋହଲିଙ୍କ ଏ ସବୁ କୀର୍ତ୍ତିମାନ ଛୁଇଁବା ଅନ୍ୟମାନଙ୍କ ପାଇଁ କଷ୍ଟକର ହେବ ବୋଲି ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଅଂଶୁମାନ ଗାଏକ୍ବାଡ ଏକ ଟିଭି ସାକ୍ଷାତକାରରେ କହିଛନ୍ତି।

‘‘୧୦୦ ଟେଷ୍ଟ୍‌ ଖେଳିବା ଏକ ବଡ଼ ସଫଳତା। ୧୦୦ ଟେଷ୍ଟ୍‌ ମ୍ୟାଚ୍‌ର ଅଭିଜ୍ଞତା ବି ବଡ଼ ପାର୍ଥକ୍ୟ। ଯଦି ସେ ଫିଟ୍‌ ରୁହନ୍ତି, ତାଙ୍କୁ କେହି ବି ଛୁଇଁପାରିବେନି। ନିଜ ଫିଟ୍‌ନେସ୍‌ ପାଇଁ ସେ ‌ଏତେ ଯତ୍ନବାନ ଯେ ‌ପାଖାପାଖି ୧୦ ବର୍ଷ କିମ୍ବା ‌୨୦୦ ମ୍ୟାଚ୍‌ ଖେଳିଳେ ମୁଁ ଆଶ୍ଚର୍ଯ୍ୟ ହେବିନି। ମୁଁ ନିଶ୍ଚିତ ଯେ ସେ ଫିଟ୍‌ ରହିବେ ଏବଂ ଆଗାମୀ ୧୦ ବର୍ଷ ଖେଳିପାରିବେ’’ ବୋଲି ଗାଏକ୍ବାଡ କହିଛନ୍ତି। ଗାଏକ୍ବାଡ ଭାରତୀୟ ଦଳର ପ୍ରଶିକ୍ଷକ ଥିଲା ବେଳେ ତେନ୍ଦୁଲକର ଶିଖର ଛୁଇଁଥିଲେ। ୧୯୯୮ ମସିହାରେ ସେ ଟେଷ୍ଟ୍‌ ଓ ଦିନିକିଆରେ ୪୨ ପାଳି ଖେଳି ୬୮.୬୭ ହାରାହାରି, ୯୩.୬୯ ଷ୍ଟ୍ରାଇକ୍‌ରେଟ୍‌, ୧୨ ଶତକ ଓ ୮ ଅର୍ଦ୍ଧଶତକ ବଳରେ ୨୫୪୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ବିରାଟଙ୍କ ଶ୍ରେଷ୍ଠ ବର୍ଷ ହେଉଛି ୨୦୧୬। ସେହି ବର୍ଷ ସେ ୪୧ ପାଳି ଖେଳି ୨୫୯୫ ରନ୍‌ କରିଥିଲେ।

‘‘କୋହଲି ଖାଲି ପ୍ରଦର୍ଶନ ଦେଉାନାହାନ୍ତି, ଖେଳାଳି ଓ ଅଧିନାୟକ ଭାବେ ଅନେକ ଅଭିଜ୍ଞତା ପାଇଛନ୍ତି। ଏହା ଭାରତୀୟ କ୍ରିକେଟ୍‌ ପାଇଁ ବଡ଼ ଲାଭ। ପଛକୁ ଫେରିବେନି ବୋଲି ଦୁନିଆକୁ ସେ ଦେଖାଇ ଦେଇଛନ୍ତି। ସେ ପରାଜୟ ସ୍ବୀକାର କରିବା ବ୍ୟକ୍ତି ନୁହଁନ୍ତି। ତାଙ୍କ ବିଚାର ସର୍ବଦା ସକାରାତ୍ମକ, ସେ ଶେଷ ପର୍ଯ୍ୟନ୍ତ ହାର ମାନନ୍ତିନି। ତାଙ୍କ ମନୋଭାବ, ବ୍ୟକ୍ତିତ୍ବ, ପଡ଼ିଆରେ ତାଙ୍କ କାର୍ଯ୍ୟକଳାପରେ ଚମତ୍କାରିତ ରହିଥାଏ ବୋଲି ସାରା ବିଶ୍ବକୁ ଦେଖାଇ ସାରିଛନ୍ତି। ଅନେକ ନୂଆ ଖେଳାଳି ଆସିଛନ୍ତି ଓ ଯାଇଛନ୍ତି। ହେଲେ ଖାଲି ଭାରତ ନୁହେଁ ସାରା ବିଶ୍ବରେ କୋହଲି ନିଜ ଉପସ୍ଥିତି ଜାହିର କରିଛନ୍ତି’’ ବୋଲି ଗାଏକ୍ବାଡ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ