ଖେଳ ଦେଶ ବିଦେଶ

କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ବାବର ଆଜମ : ପଛରେ ପଡିଗଲେ ଫିଞ୍ଚ୍-ଡୁପ୍ଲେସିସ୍‌ଙ୍କ ଭଳି ବ୍ୟାଟସମ୍ୟାନ୍

ଦୁବାଇ, ୩୦/୧୦: ଟି୨୦ ବିଶ୍ୱକପରେ ପାକିସ୍ତାନ ଲଗାତର ତୃତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଦୁବାଇରେ ଅନୁଷ୍ଠିତ ମୁକାବିଲାରେ ପାକିସ୍ତାନ ୫ ଓ୍ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଟିମ୍‌ର ବିଜୟରେ ଅଧିନାୟକ ବାବର ଆଜମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦମଦାର ୫୧ ରନ୍ କରିଥିଲେ । ଏହି ଇନିଂସ ସହ ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ବଡ ରେକର୍ଡ ଭାଙ୍ଗିଛନ୍ତି ।

ବାବର ଟି୨୦ ଅନ୍ତର୍ଜାତୀୟରେ ଅଧିନାୟକ ଭାବେ ୨୬ ଇନିଂସରେ ହଜାର ରନ୍ ପୂରଣ କରିଛନ୍ତି । ବିରାଟ କୋହଲି ଅଧିନାୟକ ଭାବେ ୧୦୦୦ ରନ୍ ପୂରଣ ପାଇଁ ୩୦ଟି ଇନିଂସ ଖେଳିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ ୩୧ ଓ ଆରୋନ ଫିଞ୍ଚ୍ ୩୨ଟି ପାଳିରେ ଏହି ସଫଳତା ପାଇଥିଲେ ।

ଆହୁରି ମଧ୍ୟ ବାବର ଆଜମ ଟି୨୦ କ୍ରିକେଟରେ ଅଧିନାୟକ ଭାବେ ୧୩ ଥର ୫୦ ବା ଅଧିକ ରନର ପାଳି ଖେଳିଛନ୍ତି । ଏହି ମାମଲାରେ ସେ ବିରାଟଙ୍କ ସହ ସମକକ୍ଷ ହୋଇଛନ୍ତି । ବିରାଟ ମଧ୍ୟ ଅଧିନାୟକ ଭାବେ ଟି୨୦ ଫର୍ମାଟରେ ୧୩ଟି ଅର୍ଦ୍ଧଶତକ ଲଗାଇଛନ୍ତି ।

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ବାବର କହିଥିଲେ ଯେ, ସେମାନେ ଭଲ ବୋଲିଂ କରିଥିଲେ । ଯୋଜନା ଅନୁସାରେ ଓ୍ୱିକେଟ୍ ନେଇଥିଲେ । ଶେଷରେ ୧୦-୧୫ ରନ୍ ଅଧିକ ଦେଇଥିଲେ ଏବଂ ପାଓ୍ୱାର ପ୍ଲେର ଲାଭ ଉଠାଇ ପାରିନଥିଲେ । ଏହାସତ୍ତ୍ୱେ ଖେଳାଳିମାନେ ଭଲ ଖେଳିଲେ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ