ଖେଳ ଦେଶ ବିଦେଶ

କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ: ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କଲା ଡିସିଡବ୍ଲ୍ୟୁ କ୍ଷମା କରିଦେବାକୁ କୋହଲିଙ୍କୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଅନଲାଇନ୍ ଟ୍ରୋଲ୍‌କୁ ନେଇ ସାଥୀ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସମର୍ଥନ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅ ବାମିକାକୁ କିଛି ଅସାମାଜିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଦୁଷ୍କର୍ମ ଧମକ ଦେଇଥିଲେ। ଏହି ମାମଲାରେ ଦିଲ୍ଲୀ ପୁଲିସକୁ ଦିଲ୍ଲୀ ମହିଳା କମିସନ (ଡିସିଡବ୍ଲ୍ୟୁ) ମୁଖ୍ୟ ସ୍ବାତୀ ମାଲିୱାଲ ନୋଟିସ୍ ଜାରି କରିଛନ୍ତି। ଏହାକୁ ଏକ ଜଘନ୍ୟ ଘଟଣା ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିରାଟ କୋହଲିଙ୍କ ୯ ମାସର ଝିଅକୁ ଯେମିତି ଭା‌ବେ ଦୁଷ୍କର୍ମ ଧମକ ଦିଆଗଲା ତାହା ଅତ୍ୟନ୍ତ ଲଜ୍ଜାଜନକ। ଭାରତୀୟ ଦଳ ଆମକୁ ଗର୍ବ କରିବାର ଏକ ହଜାର ସୁଯୋଗ ଦେଇଛି। ଗୋଟିଏ ପରାଜୟ ପରେ ଏଭଳି ମୁର୍ଖାମୀ କାହିଁକି? ଜାରି କରିଥିବା ନୋଟିସରେ ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେଇ ଦୋଷୀଙ୍କୁ ଗିରଫ କରିବାକୁ ସ୍ବ‌ାତୀ ଦିଲ୍ଲୀ ପୁଲିସକୁ କହିଛନ୍ତି। ମାମଲା ଦାୟରର ନକଲ ଦେବାକୁ ମଧ୍ୟ ଦିଲ୍ଲୀ ସାଇବର ସେଲ୍, ଉପ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ।
କ୍ଷମା କରିଦେବାକୁ କୋହଲିଙ୍କୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ
ନୂଆଦିଲ୍ଲୀ: ବିଶ୍ବକପ୍‌ ବିପର୍ଯ୍ୟୟ ପାଇଁ ଟ୍ରୋଲ୍ କରୁଥିବା ବ୍ୟକ୍ତିମାନଙ୍କୁ କ୍ଷମା କରିଦେବାକୁ ଅଧିନାୟକ ବିରାଟ କୋହଲିଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି ‘ପ୍ରିୟ ବିରାଟ, ଏହି ଲୋକମାନେ ଘୃଣାର ଅନୁଭବ ଭିତରେ ବଞ୍ଚିଛନ୍ତି, କାରଣ ତାଙ୍କୁ କେହି ଭଲ ପାଇନାହାନ୍ତି। ସେମାନଙ୍କୁ କ୍ଷମା କରିଦିଅ’। ସୂଚନାଯୋଗ୍ୟ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ୍ ନିକଟରୁ ଲଗାତାର ପରାଜୟ ବରଣ କରିବା ପରେ ବିରାଟ କୋହଲିଙ୍କୁ ବିଭିନ୍ନ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ କରିଚାଲିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ