ଖେଳ ଦେଶ ବିଦେଶ

‘କୋହଲିଙ୍କ ଉପରେ ଚାପ ପକାଇବା ଠିକ୍ ନୁହେଁ’ : ଜିମ୍ବାଓ୍ୱେ ଗସ୍ତକୁ ନେଇ ପୂର୍ବ ଚୟନକର୍ତ୍ତାଙ୍କ ବଡ ବୟାନ

ନୂଆଦିଲ୍ଲୀ ୨୯/୦୭: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଫର୍ମରେ ନାହାଁନ୍ତି । ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ହଜାରେ ଦିନ ବିତି ଯାଇଥିଲେ ବି ସେ ଅନ୍ତର୍ଜାତୀୟ ଫର୍ମାଟରେ ଗୋଟିଏ ହେଲେ ଶତକ ଲଗାଇ ନାହାଁନ୍ତି । ତେବେ ତାଙ୍କୁ ଦଳର ଓ୍ୱେଷ୍ଟ ଇଣ୍ଡିଜ ଗସ୍ତରେ ବିଶ୍ରାମ ମଧ୍ୟ ଦିଆଯାଇଛି ।

ଏବେ ବିରାଟ କୋହଲିଙ୍କୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । କିଛି ଜଣ ମତ ଦେଉଛନ୍ତି ଯେ, ବିରାଟ ଜିମ୍ବାଓ୍ୱେ ଗସ୍ତରେ ଯାଇଥିଲେ ଭଲ ହୋଇଥାନ୍ତା । ଏହାଦ୍ୱାରା ସେ ଫର୍ମକୁ ଫେରି ପାରିଥାନ୍ତେ ବୋଲି ପୂର୍ବତନ ସିଲେକ୍ଟର ସବ୍ବା କରୀମ୍ ମତ ଦେଇଛନ୍ତି । ଏହାସହ କୋହଲିଙ୍କୁ ଅତ୍ୟଧିକ ଚାପ ଦେବା ଅନୁଚିତ ବୋଲି ସେ କହିଛନ୍ତି ।

କରୀମ୍ କହିଛନ୍ତି ଯେ, ବିରାଟ ଟି୨୦ ବିଶ୍ୱକପ ପାଇଁ ଆବଶ୍ୟକ ନା ନାହିଁ ସେନେଇ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରିବା ଦରକାର । ବେଳେ ବେଳେ ଦଳର ସଫଳତା ପାଇଁ ବିରାଟ ଦରକାର ବୋଲି ଲାଗୁଛି । ବିରାଟ ଫର୍ମକୁ ଫେରିଲେ ସବୁ ଠିକ୍ ହୋଇଯିବ ।

ସେ ଆହୁରି କହିଛନ୍ତି ଯେ, ବିରାଟ ଚୟନକର୍ତ୍ତା ଓ କୋଚଙ୍କ ସହ କଥା ହୋଇ ଆଗକୁ ବଢିବା ଦରକାର । ସେ ବିରାଟଙ୍କ ଉପରେ କୌଣସି ଚାପ ପକାଇବାକୁ ଚାହାଁନ୍ତି ନାହିଁ । କୋହଲିଙ୍କୁ ସେ ଜିମ୍ବାଓ୍ୱେ ସିରିଜ୍ ବାବଦରେ କହିପାରିବେ ନାହିଁ । ତେବେ ଜିମ୍ବାଓ୍ୱେ ବିରୋଧରେ ଦିନିକିଆ ସିରିଜ୍ ଖେଳିବେ ନା ନାହିଁ ତାହା କୋହଲିଙ୍କ ଉପରେ ନିର୍ଭର କରେ ।

ସୂଚନାଯୋଗ୍ୟ, ବିରାଟ ଜିମ୍ବାଓ୍ୱେ ବିପକ୍ଷରେ ଏବେସୁଦ୍ଧା 6ଟି ଇନିଂସ ଖେଳି ୫୦.୬୦ ଆଭରେଜରେ ୨୫୩ ରନ୍ କରିଛନ୍ତି । ଏହି ସିରିଜରେ କୋହଲି ଫର୍ମକୁ ଫେରିପାରିଥାନ୍ତେ ବୋଲି ଅନେକ ମତ ଦେଉଛନ୍ତି । ଏବେ ବିରାଟ ଟେଷ୍ଟ ରାଙ୍କିଂରେ ଟପ୍ ୧୦ରେ ନାହାଁନ୍ତି । କିନ୍ତୁ ଦିନିକିଆ ରାଙ୍କିଂରେ ସେ ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ