ଖେଳ ଦେଶ ବିଦେଶ

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥାନ୍ତେ କି ଗାଙ୍ଗୁଲି ? ହୃଦୟ ଜିତିଲା ଦାଦାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୨/୦୧: ଦିନିକିଆରେ ଅଧିନାୟକ ପଦ ଗଲା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିରାଟ କୋହଲି । ଟି୨୦ ଅଧିନାୟକ ପଦ ପ୍ରସଙ୍ଗରେ ତାଙ୍କ ସହ କୌଣସି ବିସିସିଆଇ ଅଧିକାରୀ କଥା ହୋଇନଥିବା ସେ କହିଥିଲେ । ଏପ୍ରସଙ୍ଗରେ ଉଭୟ ବିରାଟ ଓ ବିସିସିଆଇ ମୁହାଁମୁହିଁ ହୋଇଥିଲେ । ଗଣମାଧ୍ୟମରେ ବିରାଟ ମୁହଁ ଖୋଲିଥିବା କାରଣରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କାରଣ ଦର୍ଶଅ ନୋଟିସ ପଠାଇବାକୁ ଚାହୁଁଥିବା ଖବର ଆସିଥିଲା । କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ଗାଙ୍ଗୁଲି ।

ଗାଙ୍ଗୁଲି କହିଛନ୍ତି ଯେ, ଏହି ଖବରରେ ସତ୍ୟତା ନାହିଁ । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସେ କୋହଲିଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁନଥିଲେ ବୋଲି ଦାଦା କହିଛନ୍ତି । ଏକ ଜାତୀୟ ଖବରକାଗଜକୁ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଛନ୍ତି ଯେ, ସେ କେବେ ହେଲେ ଏକଥା ଭାବି ନାହାଁନ୍ତି । ଯେଉଁ ଖବର ସାମ୍ନାକୁ ଆସୁଛି ସେଥିରେ କିଛି ସତ୍ୟତା ନାହିଁ ।

ସୂଚନାଯୋଗ୍ୟ, ଗାଙ୍ଗୁଲି ବିରାଟଙ୍କ ଉପରେ ଖପ୍ପା ଥିବା ଓ ପଦକ୍ଷେପ ନେବାକୁ ଚାହୁଁଥିବା ଖବର ଆସିଥିଲା । କିନ୍ତୁ ବୋର୍ଡର ଅନ୍ୟ ସଦସ୍ୟ ମନାଇବା ପରେ ଗାଙ୍ଗୁଲି ଏପରି ପଦକ୍ଷେପ ନେଇନଥିଲେ । ଏହା ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟଙ୍କ ମନୋବଳ ଉପରେ ପ୍ରଭାବ ପକାଇଥାନ୍ତା ବୋଲି କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ଏହାପୂର୍ବରୁ ବିରାଟ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ଗାଙ୍ଗୁଲି ଓ ତାଙ୍କର ବୟାନ ମଧ୍ୟରେ ଆକାଶ ପାତଳ ଫରକ ଥିଲା । ଗାଙ୍ଗୁଲି ମିଛ କହୁଥିବା ଚର୍ଚ୍ଚା ହୋଇଥିଲା । ନେଟିଜେନ୍ସ ମଧ୍ୟ ଏହାକୁ ନେଇ କମେଣ୍ଟ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ