ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ଟିକା ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ସଜାଗ ରୁହନ୍ତୁ: ଜିଲ୍ଲା ଅଧିକାରୀମାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକା ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ସଜାଗ ରହିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲା ଅଧିକାରୀମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଅବସ୍ଥା ସଙ୍କଟାପନ୍ନ, ଆମେ ଯେମିତି କିଛି ନଷ୍ଟ ନ କରନ୍ତି, ସେଥିପ୍ରତି ସୁନିଶ୍ଚିତ ରୁହନ୍ତୁ।

କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହରେ ବିଶେଷ ପ୍ରଭାବିତ ହୋଇଥିବା ୫ଟି ଜିଲ୍ଲାରୁ ମହାରାଷ୍ଟ୍ର, କେରଳ ଏବଂ ଉତ୍ତର ପ୍ରଦେଶ ସମେତ ୧୦ଟି ରାଜ୍ୟର ୫୪ ଜିଲ୍ଲାର ମାଜିଷ୍ଟ୍ରେଟ୍‌ମାନଙ୍କ ସହ ଏକ ଭର୍ଚ୍ୟୁଆଲ୍‌ ବୈଠକରେ ବସିଥିବା ବେଳେ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି। ଏହାଛଡ଼ା, ଛତିଶଗଡ଼, ହରିୟାଣା, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ମଧ୍ୟ ଆଜିର ଏହି ବୈଠକରେ ଯୋଗ ଦେଇଥିଲେ।

ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ, କରୋନାଭାଇରସ୍‌ର ବିଧ୍ବସ୍ତକାରୀ ସଂକ୍ରମଣ ଓ ମୃତ୍ୟୁ ସହ ଦେଶ ଲଢ଼େଇ କରୁଥିବା ବେଳେ ଟିକା ସଙ୍କଟ ଉପୁଜିଛି। ଏ ସମୟରେ ଗୋଟିଏ ଡୋଜ୍‌ ଟିକା ନଷ୍ଟ କରିବା ଅର୍ଥ ଜଣେ ବ୍ୟକ୍ତିଙ୍କୁ ଏହି ନିର୍ଦ୍ଦୟୀ ଭୂତାଣୁ କବଳରୁ ନିରାପଦ ରହିବାରୁ ବଞ୍ଚିତ କରିବା।

ଟିକା ନଷ୍ଟ ହେଉଥିବାର ଖବର ମିଳୁଛି। ଟିକା ଯୋଗାଇ ଦିଆଯିବା ପରେ, ସେଗୁଡ଼ିକ ଯେମିତି ନଷ୍ଟ ନ ହୁଏ ସେଥିପ୍ରତି ସୁନିଶ୍ଚିତ ରହିବା ଆବଶ୍ୟକ। ଉଭୟ ମଫସଲ ଏବଂ ନଗରାଞ୍ଚଳରେ ଆପଣମାନେ ଏହା ଉପରେ ନଜର ରଖିବା ଆବଶ୍ୟକ। ଟିକା ନଷ୍ଟ ରୋକିବା ଗୁରୁତ୍ବପୂର୍ଣ୍ଣ କଥା। ଟିକା ଯେମିତି ନଷ୍ଟ ନ ହୁଏ, ସେଥିପ୍ରତି ଯତ୍ନବାନ ହେବା ଉଚିତ।

ଏହା ବ୍ୟତିରେକେ, କୋଭିଡ୍‌-୧୯ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ତଥ୍ୟାବଳୀ ଓ ‘ବି.୧.୬୧୭.୨’ଦ୍ବାରା ଆକ୍ରାନ୍ତ ପିଲାମାନଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରଧାନମନ୍ତ୍ରୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର