ଖେଳ

କୋଭିଡ୍ ମୁକାବିଲା ପାଇଁ ରାଜସ୍ଥାନ ରୟାଲ୍ସ ଦେଲା ୭.୫ କୋଟି

ଜୟପୁର: କୋଭିଡ୍-୧୯ ମୁକାବିଲା ଲାଗି ଆଇପିଏଲ୍‌ର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଗୁରୁବାର ୭.୫ କୋଟି ଟଙ୍କା ଦାନ କରିଛି। ଦଳ ଏହି ଅର୍ଥ ତା’ର ଦାତବ୍ୟ ପ୍ରତିଷ୍ଠାନ ମାଧ୍ୟମରେ ସଂଗ୍ରହ କରିଛି। ଏହି ଅର୍ଥ କୋଭିଡ୍-୧୯ ମହାମାରୀରେ ସଂକ୍ରମିତ ହୋଇଥିବା ଲୋକଙ୍କ ପାଇଁ ବ୍ୟୟ କରାଯିବ। ସେପଟେ କୋଭିଡ୍‌ର ଦ୍ବିତୀୟ ଲହର ସମଗ୍ର ଭାରତ ବର୍ଷକୁ ଦୋହଲାଇ ଦେଇଥିଲା ବେଳେ ଗୁରୁବାର ୩,୭୯,୨୫୭ ନୂଆ ସଂକ୍ରମଣ ମାମଲା ପଦାକୁ ଆସିଛି। ଯାହା ଦେଶରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ୧,୮୩,୭୬,୫୨୪ରେ ପହଞ୍ଚାଇ ଦେଇଛି। ଗୁରୁବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ରାଜସ୍ଥାନ ରୟାଲ୍ସ କହିଛି ଯେ କୋଭିଡ୍-୧୯ ସଂକ୍ରମିତଙ୍କ ପାଇଁ ଆମେ ୧ ନିୟୁତ ଡଲାର ବା ପାଖାପାଖି ୭.୫ କୋଟି ଟଙ୍କା ପ୍ରଦାନ କରିଛୁ।

ଆମର ଏହି ଛୋଟିଆ ଅବଦାନ ଦେଶ ଲଢ଼ୁଥିବା କୋଭିଡ୍ ବିରୋଧ ଲଢ଼େଇକୁ ଆହୁରି ସଶକ୍ତ କରିବ ବୋଲି ଆଶା କରୁଛୁ। ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଦଳର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି’ ଭାରତର କୋଭିଡ୍ ବିରୋଧ ଲଢ଼େଇକୁ ନୈତିକ ସମର୍ଥନ ଦେବାକୁ ଯାଇ ଯଥାକ୍ରମେ ୩୭ ଓ ୪୧ ଲକ୍ଷ ଟଙ୍କା ପ୍ରଦାନ କରିସାରିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ