ନୂଆଦିଲ୍ଲୀ୧୦।୦୧: ନିକଟରେ ବଲିଉଡ ଅଭିନେତା ଅର୍ଜୁନ କପୁର, ଅନସୁଲା କପୁର, ରିୟା କପୁର ଏବଂ ସମେତ ଅନେକ କଳାକାର କୋଭିଡ ସଂକ୍ରମିତ ହୋଇଛନ୍ତି । ଏବେ ଅଭିନେତ୍ରୀ ଜାନଭୀ କପୁର ତାଙ୍କ ଫଟୋ ସେୟାର କରି ପ୍ରଶଂସକଙ୍କୁ ଟେନସନ ଦେଇଛନ୍ତି। ନିକଟରେ ଜାନଭୀ କପୁର ତାଙ୍କର ଏକ ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ସେ ପାଟିରେ ଥର୍ମୋମିଟର ଲଗାଉଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଦେଖି ପ୍ରଶଂସକମାନଙ୍କ ମନରେ ପ୍ରଶ୍ନ ଉଠିଛି କି କଣ ସେ ବି ସଂକ୍ରମିତ । ଏହା ସହ ସେମାନେ ଅନୁମାନ କରିଛନ୍ତି କି ଯେ ବୋଧହୁଏ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ।
ତେବେ ସେୟାର ହୋଇଥିବା ଫଟୋ ଗୁଡିକରେ ଜାନଭୀ କପୁରଙ୍କ ପଛ ପଟେ ଏକ ପେଣ୍ଟିଂ ଦେଖାଇ ଯାଇଛି । ଯେଉଁଥିରେ ଚାରିଆଡ଼େ ରଙ୍ଗ ଏବଂ ବ୍ରଶ୍ ରଖାଯାଇଛି । ଅନ୍ୟ ଏକ ଫଟୋରେ ସେ ନିଜ କୁକୁରର ଫଟୋକୁ ଦେଖାଇଛନ୍ତି ଏବଂ ଶେଷ ଫଟୋରେ ସେ ଭଉଣୀ ଖୁସିଙ୍କ ପାଖରେ ଶୋଇଥିବାର ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକୁ ସେୟାର କରି ଜାନଭୀ କପୁର ଲେଖିଛନ୍ତି – ବର୍ଷର ସେହି ସମୟ ପୁଣି ଫେରି ଆସିଛି ।
ଅନେକ ସେଲିବ୍ରିଟି ସହ ତାଙ୍କ ପ୍ରଶଂସକମାନେ ଜାନଭୀଙ୍କ ଏହି ଫଟୋ ଉପରେ କମେଣ୍ଟ ଦେଇଛନ୍ତି। ସମସ୍ତ ପ୍ରଶଂସକ ତାଙ୍କୁ ପଚାରୁଛନ୍ତି କି ସେ କୋଭିଡ ପଜେଟିଭ୍ ହୋଇଛନ୍ତି କି ? ତେବେ ଅଭିନେତ୍ରୀ କାହାର ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏହି ଫଟୋରେ ଜଣାପଡୁଛି ଯେ ଫଟୋରେ ଜାନଭୀ କପୁର ସମସ୍ତ ଜିନିଷ ଦେଖାଇଛନ୍ତି, ଯାହା ସେ ଗତ ବର୍ଷ ଲକଡାଉନରେ କରିଥଲେ।

