ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭାକ୍ସିିନ୍ ଟିକାର ପରୀକ୍ଷାମୂଳକ ଡୋଜ ନେବା ପରେ କରୋନା ଆକ୍ରାନ୍ତ ହେଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଏବେ ୮ଟି କରୋନା ଟିକା ପରେ ଉପରେ ପରୀକ୍ଷା ଚାଲିଛି। ସେ ମଧ୍ୟରେ ରହିଛି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହିତ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ସ୍ୱଦେଶୀ ଟିକା କୋଭାକ୍ସିିନ। ଦେଶରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ପୂର୍ବରୁ ଚେନ୍ନାଇର ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ତାଙ୍କର ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ କରିଥିବା ବେଳେ ଏବେ ଟିକାର ପରୀକ୍ଷାମୂଳକ ଡୋଜ ନେଇ କରୋନା ଆକ୍ରାନ୍ତ ହୋଇଛନ୍ତି ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍।

ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ମୁଁ କରୋନା ଆକ୍ରାନ୍ତ ହୋଇଛି | ମୋତେ ଅମ୍ବାଲା କ୍ୟାଣ୍ଟମେଣ୍ଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତିି, ସେମାନେ ନିଜର କରୋନା ପରୀକ୍ଷା କରାଇନିଅନ୍ତୁ ବୋଲି ସେ ଟୁଇଟ୍ କରିଛନ୍ତି।

ସୂଚନା ମୁତାବକ, ନଭେମ୍ବର ୨୦ତାରିଖରେ କୋଭାକ୍ସିିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ସ୍ବେଚ୍ଛାସେବୀ ଭାବେ କରୋନା ଟିକା ନେଇଥିଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ। ଟିକା ଦିଆଯିବା ପରେ ଏବେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ