ଖେଳ

କୋପା ଆମେରିକା, ଫାଇନାଲ୍‌ରେ ବ୍ରାଜିଲ

ରିଓ ଡି’ଜେନିରୋ: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଆୟୋଜକ ବ୍ରାଜିଲ ନବମ ଥର ଲାଗି ଫାଇନାଲ୍‌ ସ୍ଥାନ ପକ୍କା କରିଛି। ମଙ୍ଗଳବାର ସ୍ଥାନୀୟ ଅଲିମ୍ପିକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ବିଜେତା ବ୍ରାଜିଲ ୧-୦ ଗୋଲ୍‌ରେ ପେରୁକୁ ପରାସ୍ତ କରିଥିଲା। ଏହି ଦଳ ଶନିବାର ମାରାକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଆର୍ଜେଣ୍ଟିନା-କଲମ୍ବିଆ ସେମିଫାଇନାଲ୍‌ ମ୍ୟାଚ୍‌ର ବିଜେତାକୁ ଭେଟିବ। ଏଠାରେ ସୂଚନା‌ଯୋଗ୍ୟ, ବ୍ରାଜିଲ ଯେତେ‌ଥର ଏହି ପ୍ରତିଯୋଗିତା ଆୟୋଜନ କରିଛି ପ୍ରତ୍ୟେକ ଥର ଟ୍ରଫି ନିଜ ନାମରେ କରିବାକୁ ସକ୍ଷମ ହୋଇଛି।

ମ୍ୟାଚ୍‌ର ପ୍ରଥମ ୨୦ ମିନିଟ୍‌ରେ ନେମାର ଓ ରିଚାରଲିସନଙ୍କ ଦୁଇଟି ସଟ୍‌କୁ ପେରୁ ଗୋଲ୍‌ରକ୍ଷକ ପେଡ୍ରୋ ଗାଲେସେ ଅଟକାଇ ଦେଇଥିଲେ। ହେଲେ ୩୫ତମ ମିନିଟ୍‌ରେ ଲୁକାସ ପାକ୍ବେଟା ଗୋଲ୍‌ ଦେଇ ଦଳକୁ ପ୍ରଥମାର୍ଦ୍ଧରେ ଅଗ୍ରଣୀ ‌କରାଇଥିଲେ। ‌ଦ୍ବିତୀୟାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହେବାରୁ ‌ପ୍ରଥମାର୍ଦ୍ଧ ବ୍ୟବଧାନରେ ବ୍ରାଜିଲ ବିଜୟୀ ହୋଇଥିଲା। ଚିଲି ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟ ପାକ୍ବେଟଙ୍କ ଏକମାତ୍ର ଗୋଲ୍‌ରେ ବ୍ରାଜିଲ ବିଜୟୀ ହୋଇ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ପାକ୍ବେଟଙ୍କ ଏହା ଲଗାତାର ଦ୍ବିତୀୟ ଗୋଲ୍‌। ବୁଧବାର ଦ୍ବିତୀୟ ସେମିଫାଇନାଲ୍‌ରେ ୧୪ ଥରର ବିଜେତା ଆର୍ଜେଣ୍ଟିନା ୨୦୦୧ ବିଜେତା କଲମ୍ବିଆକୁ ଭେଟିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ