ଦେଶ ବିଦେଶ ମନୋରଞ୍ଜନ

କୋଟି କୋଟି ସମ୍ପତ୍ତିର ମାଲିକାଣୀ ସାମନ୍ଥା ରୁଥ ପ୍ରଭା, ଦାମୀ ଗାଡି ଠାରୁ ରହିଛି ବିଳାଶପୂର୍ଣ୍ଣ ବଙ୍ଗଳା

ନୂଆଦିଲ୍ଲୀ ୨୭।୦୧ : ସାଉଥ ବହୁ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭା । ନିକଟରେ ତାଙ୍କର ପୁଷ୍ପା ଫିଲ୍ମର ଆଇଟମ୍‌ ନମ୍ଵର ଓଃ ଅଣ୍ଟାଭା.. ଗୀତରେ ଦେଖିବାକୁ ମିଳିଥିଲା । ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଏବେ ସେହି ଗୀତ ଟ୍ରେଣ୍ଡ ଚାଲିଛି । କିନ୍ତୁ ଅତୀତରେ ସାମନ୍ଥା ତାଙ୍କ ସ୍ୱାମୀ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସାମନ୍ଥା ଗତ ଅନେକ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ। ହେଲେ ଆଜି ସେ କୋଟି କୋଟି ଟଙ୍କାର ମାଲିକାଣି ଅଟନ୍ତି । କିନ୍ତୁ ତାଙ୍କ ବାସ୍ତବ ଜୀବନରେ ସାମନ୍ଥା ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚନ୍ତି ।

ସାମନ୍ଥା ୨୦୧୦ରେ ଅଭିନୟ ଜଗତରେ ପାଦ ଦେଇ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଏକାଧିକ ସାଉଥ ଫିଲ୍ମ କାମ କରିଥିଲେ । ସାମନ୍ଥା ୨୦୧୭ରେ ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ସହ ବିବାହ ବନ୍ଧନରେ ବାନ୍ଧି ହୋଇତିଲେ । ହେଲେ ବିବାହର ୪ବର୍ଷ ପରେ ସମ୍ପର୍କରେ ପଠ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ଏହି ଲଭ୍‌-ବାର୍ଡଙ୍କ ଛାଡପତ୍ର ସାରା ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲା ।

ତେବେ ସାମନ୍ଥା ଅଲଗା ହେବା ପରଠାରୁ ବର୍ତ୍ତମାନ ସେ ନିଜ କ୍ୟାରିୟକୁ ଅଧିକ ଲକ୍ଷ୍ୟ ରଖିଛନ୍ତି । ଏବଂ ତାଙ୍କ ଜୀବନଶୈଳୀ ବିଷୟରେ କହୁବାକୁ ଗଲେ ହାଇଦ୍ରାବାଦର ଜୁବୁଲି ହିଲ୍‌ସ୍ ଠାରେ ଏକ ବିଳାସପୂର୍ଣ୍ଣ ଆଲିଶାନ୍‌ ବଙ୍ଗଳା ଅଛି। ଏହା କେବଳ ହାଇଦ୍ରାବାଦ ହିଁ ନୁହେଁ, ଅଭିନେତ୍ରୀଙ୍କ ଅନେକ ସହରରେ ଅନେକ ସମ୍ପତ୍ତି ରହିଛି। ସାମନ୍ଥାଙ୍କ ଗାଡି ପ୍ରତି ବହୁତ ଦୁର୍ବଳା ରହିଛି । ଏଥିପାଇଁ ସେ ଖୁବ୍‌ ଗାଡି କିଣିଛନ୍ତି । ବିଳାସପୂର୍ଣ୍ଣ ଯାନଗୁଡ଼ିକର ବହୁତ ଭଲ ଭଲ କଲେକ୍ସନ ମଧ୍ୟ ରଖିଛନ୍ତି । ସେଥିମଧ୍ୟରୁ ବିଏମଡବ୍ଲୁ ସିରିଜ୍, ବିଏମଡବ୍ଲୁ ଏକ୍ସ-୫ ଏବଂ ଜାଗୁଆର ଭଳି ଦାମୀ ଦାମୀ ଗାଡି ରହିଛି ।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟତଃ ୮୦ କୋଟି ଟଙ୍କା ରହିଛି ବୋଲି କୁହାଯାଉଛି । ଅଭିନୟ ବ୍ୟତୀତ ଅଭିନେତ୍ରୀଙ୍କ ଅନେକ ରୋଜଗାର କରନ୍ତି । ମଡେଲିଂ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ବ୍ୟତୀତ ବଡ ବଡ ବିଜ୍ଞାପନ । ସାମନ୍ଥା ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ତାଲିକାରେ ସାମିଲ ଅଛନ୍ତି । ସାମନ୍ଥା ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୩ କୋଟି ନେଇଥାନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ