ରାଜ୍ୟ ସ୍ପେଶାଲ ରିପୋର୍ଟ

କେରଳ ଭିଜିଲାନ୍ସ ଡି‌ଏସ୍‌ପିଙ୍କ ସ୍ତ୍ରୀ ଗିରଫ

ତିରୁଅନନ୍ତପୁରମ୍: ଆର୍ଥିକ ଜାଲିଆତି ଓ ଠକେଇ ଅଭିଯୋଗରେ କେରଳ ଭିଜିଲାନ୍ସ ଡିଏସ୍‌ପି ସୁରେଶ କୁମାରଙ୍କ ପତ୍ନୀ ନସରତଙ୍କୁ ମଲପୁରମ୍ ପୁଲିସ ସୋମବାର ଗିରଫ କରିଛି। ସୁରେଶ କୁମାର ହେଉଛନ୍ତି ଥ୍ରିସୁର କୋଅପରେଟିଭ୍ ଭିଜିଲାନ୍ସ ଡିଏସ୍‌ପି। ତାଙ୍କ ପତ୍ନୀଙ୍କ ନାମରେ ୯ଟି ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁସାରେ, ରେଳବାଇରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ନସରତ ୪.୮୫ ଲକ୍ଷ ଟଙ୍କା ହଡ଼ପ କରିଥିବା ମଲପୁରମ୍‌ର ଜନୈକ ବ୍ୟକ୍ତି ଥାନାରେ ମାମଲା ରୁଜୁ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

୨୦୨୨ ମସିହାରେ ନସରତ ପ୍ରାୟ ୫୦ ଲକ୍ଷ ଟଙ୍କାର ଟଙ୍କା ଓ ସୁନା ଲୁଟିଥିବା ନେଇ ବିଭିନ୍ନ ଅଭିଯୋଗ ରହିଛି। ନିଜକୁ ଓକିଲ ପରିଚୟ ଦେଇ ବିଭିନ୍ନ ବାହାରେ ସେ ଲୋକଙ୍କଠାରୁ ଟଙ୍କା ଓ ସୁନା ଲୁଟିଥିବା ଅଭିଯୋଗକାରୀମାନେ କହିଛନ୍ତି। ଥ୍ରିସୁରର ଚେରପୁସ୍ଥିତ ବାସଭବନରୁ ୩୬ ବର୍ଷୀୟା ନସରତଙ୍କୁ ଗିରଫ କରାଯାଇଛି। ମଲପୁରମ୍, ପାଲାକାଡ, ଥ୍ରିସୁର ଓ କୋଲମରେ ନସରତଙ୍କ ନାଁରେ ୯ଟି ମାମଲା ରୁଜୁ ହୋଇଛି। ଆର୍ଥିକ ଅନିୟମିତତା, ଜାଲିଆତି, ଚାକିରି କରାଇଦେବା ଆଦି ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଟଙ୍କା ହଡ଼ପ କରିବା ଏବଂ ନିଜକୁ ଜଣେ ଓକିଲର ମିଥ୍ୟା ପରିଚୟ ଦେବା ଇତ୍ୟାଦି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଜଣେ ଡିଏସ୍‌ପିଙ୍କ ସ୍ତ୍ରୀ ହୋଇଥିବାରୁ ଲୋକେ ତାଙ୍କ କଥାରେ ବିଶ୍ବାସ କରୁଥିଲେ ମଧ୍ୟ ସେ କଥାରେ ଖିଲାପ କରୁଥିଲେ। ଏକ ସୁନା ଚୋରି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି।

ଠକାମିର ଶିକାର ହୋଇଥିବା ଲୋକମାନେ ନସରତଙ୍କ ନାଁରେ ବିଭିନ୍ନ ମାମଲା ରୁଜୁ କରିବା ସହ କେରଳ ମୁଖ୍ୟମନ୍ତ୍ରୀ, ଡିଜିପି ଓ ମଲପୁରମ୍ ଏସ୍‌ପିଙ୍କ ଆଗରେ ଲିଖିତ ଅଭିଯୋଗ କରିଛନ୍ତି। ସୁରେଶ ବାବୁ ତିରୁରର ଡିଏସ୍‌ପି ଥିବା ବେଳେ ମାତ୍ର ୯ ମାସ ତଳେ ନସରତଙ୍କ ସହ ତାଙ୍କର ବିବାହ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।