ଦେଶ ବିଦେଶ

କେରଳରେ ଭୟାନକ ଭୂସ୍ଖଳନ: ଶୋଇଥିବାବେଳେ ଚାଲିଗଲା ଜୀବନ, ୧୨୨ ମୃତ

ୱାୟନାଡ଼: କେରଳର ୱାୟନାଡ଼ରେ ଆଜି ବଡ଼ଧରଣର ଭୂସ୍ଖଳନ ହୋଇଛି। ବଡ଼ି ଭୋରରେ ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ ୧୨୨ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନୌସେନା, ସେନାବାହିନୀ, ଏନ୍‌ଡିଆର୍‌ଏଫ୍‌ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ମାଟି ତଳେ ଶତାଧିକ ବ୍ୟକ୍ତି ରହିଥିବା ଆଶଙ୍କା କରାଯାଉଛି। କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି।
କେରଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଆଜିର ଭୂସ୍ଖଳନରେ ‌ୱାୟନାଡ଼ ଜିଲ୍ଲାର ମେପ୍ପାଡି, ମୁଣ୍ଡାକ୍କାଇ, ଅଟ୍ଟାଲାମାଲା, ନୁଲପୁଝା ଓ ଚୁରାଲମାଲା ଗାଁ ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରଥମେ ଉପରମୁଣ୍ଡରେ ଥିବା ମେପ୍ପାଡି ଗାଁକୁ ଭୂସ୍ଖଳନ ସଂପୂର୍ଣ୍ଣ ଧୋଇ ଦେଇଥିଲା। ପରେ ଲକ୍ଷଲକ୍ଷ କ୍ବିଣ୍ଟାଲର ମାଟି, ପଥର, କାଦୁଅ ଆଦି ଅନ୍ୟଗାଁ ଉପରେ ମାଡ଼ିଯାଇଥିଲା। ବଡି ଭୋରରେ ଲୋକମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ବିପର୍ଯ୍ୟୟ ଘଟିଥିଲା। ଏଣୁ ଅନେକଙ୍କ ଜୀବନ ଶୋଇଥିବା ଅବସ୍ଥାରେ ହିଁ ଚାଲିଯାଇଛି। ବର୍ତ୍ତମାନ ସୁଦ୍ଧା ୧୨୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୧୨୮ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନେକ ମାଟି ତଳେ ଦବି ରହିଥିବା ଓ କେତେକ ନିକଟସ୍ଥ ଚେଲିୟାର୍‌ ନଦୀରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ପ୍ରଥମେ ଏନ୍‌ଡିଆର୍‌ଏଫ୍‌ ଯୋଗ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ସେନାବାହିନୀ ଓ ପାରା ରେଜିମେଣ୍ଟ୍‌ ଯବାନ ଯୋଗ ଦେଇଛନ୍ତି। କନ୍ନୁରର ଏଝିମାଲା ନୌସେନା ଘାଟିରୁ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି। ବଢ଼ନ୍ତା ନଦୀରେ ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ନୌସେନାର ୩୦ ଜଣ ସ୍ବତନ୍ତ୍ର ସନ୍ତରଣକାରୀ ଯବାନ ନିୟୋଜିତ ହୋଇଛନ୍ତି। ମଧ୍ୟାହ୍ନ ୧୨ଟାରେ ବଢ଼ନ୍ତା ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରି ଭାରତୀୟ ସେନାର ଯବାନ ମୁଣ୍ଡାକ୍କାଇରେ ପହଞ୍ଚିଥିବା ବେଳେ ଭୂସ୍ଖଳନର ପ୍ରାୟ ୧୫ଘଣ୍ଟା ପରେ ଚୁରାଲମାଲାରେ ପହଞ୍ଚିଥିଲେ। ଡ୍ରୋନ୍‌ ଦ୍ବାରା ଉତ୍ତୋଳିତ ଚିତ୍ରରେ ଭୂସ୍ଖଳନ ଭୟାନକ ରୂପ ସାମ୍ନାକୁ ଆସିଛି। ଗାଡ଼ିମୋଟର, ଘରର ଛାତ ଆଦି ଅନ୍ୟ ସ୍ଥାନର ଗଛଗୁଡ଼ିକ ଉପରେ ଲଟକି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ