ଖେଳ ଦେଶ ବିଦେଶ

କେମିତି ହେଲା ସେନ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ? ଯାଞ୍ଚ ପରେ ଖୁଲାସା କଲା ଥାଇଲାଣ୍ଡ ପୋଲିସ୍

ନୂଆଦିଲ୍ଲୀ ୦୭।୦୩: ଅଷ୍ଟ୍ରେଲିଆର ମହାନ ସ୍ପିନର ସେନ ଓ୍ଵର୍ଣ୍ଣଙ୍କ ମୃତ୍ୟୁକୁ ନେଇ ତଦନ୍ତ କରୁଛି ଥାଇଲାଣ୍ଡ ପୋଲିସ। ସୋମବାର ଥାଇଲାଣ୍ଡ ପୋଲିସ ସେନ ଓ୍ଵର୍ଣ୍ଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିଛି। ଓ୍ଵର୍ଣ୍ଣଙ୍କ ମୃତ୍ୟୁ ସ୍ଵାଭାବିକ ହୋଇଥିବା କହିଛି ଥାଇଲାଣ୍ଡ ପୋଲିସ।

ସମାଚାର ଏଜେନ୍ସି ରୟଟର୍ସ ମୁତାବକ, ପୋଲିସର ପୋଷ୍ଟମର୍ଟମ ରିପୋର୍ଟରେ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ସ୍ଵାଭାଭିକ ଥିବା ଉଲ୍ଲେଖ ରହିଛି। ତାଙ୍କ ମୃତ୍ୟୁରେ କୌଣସି ସନ୍ଦିଗ୍ଧ ନଥିବା କୁହାଯାଇଛି। ଶୀଘ୍ର ଏହି ମାମଲାରେ ଓକିଲଙ୍କ ଆଲୋଚନା କରାଯିବ ବୋଲି ଥାଇଲାଣ୍ଡ ପୋଲିସ କହିଛି।

୫୨ ବର୍ଷୀୟ ସେନ ଓ୍ଵର୍ଣ୍ଣ ଛୁଟି କଟାଇବାକୁ ଥାଇଲାଣ୍ଡ ଯାଇଥିଲେ। ମାର୍ଚ୍ଚ ୪ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ କଠୋରୀରୁ ତାଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା।

ପ୍ରାରମ୍ଭିକ ତଦନ୍ତରେ ଥାଇଲାଣ୍ଡ ପୋଲିସ ଓ୍ଵର୍ଣ୍ଣ ମୃତ୍ୟୁ ସନ୍ଦିଗ୍ଧ ହୋଇନଥିବା କହିଥିଲା। ତଥାପି ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା। ପୋଲିସ ଓ୍ଵର୍ଣ୍ଣଙ୍କ ବନ୍ଧୁମାନଙ୍କୁ ମଧ୍ୟ ପଚରାଉଚୁରା କରିଥିଲା। ଏହା ପୂର୍ବରୁ ସେନ ଓ୍ଵର୍ଣ୍ଣଙ୍କ ମ୍ୟାନେଜର ଜେମ୍ସ ଏର୍ସକିନେ ଖୁଲାସା କରିଥିଲେ ଯେ, ଏହି ମହାନ ସ୍ପିନର ଦୁଇ ସପ୍ତାହ ପୂର୍ବରୁ ତରଳ ଆହାର ଗ୍ରହଣ କରୁଥିଲେ। କଳା ଏବଂ ସବୁଜ ରଙ୍ଗର ଜୁସ ପିଉଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ