ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କେମିତି ଭୋଟ୍ ଦେବେ କରୋନା ସଂକ୍ରମିତ ଲୋକେ ? ଇସି ବାହାର କଲେ ସହଜ ଉପାୟ

ନୂଆଦିଲ୍ଲୀ ୦୯/୦୧: ଶନିବାର ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ଓ ମାର୍ଚ୍ଚରେ ଅନୁଷ୍ଠିତ ହେବ ନିର୍ବାଚନ । ଦେଶରେ COVID-19 ମାମଲା ବଢିବା ନେଇ ଚିନ୍ତା ମଧ୍ୟରେ, ନିର୍ବାଚନ ଆୟୋଗ କହିଛନ୍ତି ଯେ ଆମର ପ୍ରଥମ ଏବଂ ମୁଖ୍ୟ ଉଦ୍ଦେଶ୍ୟ” ହେଉଛି “COVID ମଧ୍ୟରେ ସୁରକ୍ଷିତ ନିର୍ବାଚନ ।

ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଛନ୍ତି ଯେ ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ଆହୁରି ମଧ୍ୟ ଯେହେତୁ କିଛି ଲୋକ କୋଭିଡ ଦ୍ୱାରା ସଂକ୍ରମିତ ହେବେ । ସେଥିପାଇଁ ଏବେ ପ୍ରଶ୍ନ ଉଙ୍କି ମାରୁଛି ଯେ ଯେଉଁମାନେ କ୍ୱାରେଣ୍ଟାଇନରେ ଅଛନ୍ତି ସେମାନେ କିପରି ଭୋଟ୍ ଦେବେ? ଏଭଳି ପରିସ୍ଥିତିରେ ପୋଷ୍ଟାଲ ବାଲାଟ ସୁବିଧା କରାଯିବାର ବ୍ୟବସ୍ଥା ହୋଇଛି ।

ନିର୍ବାଚନ ଆୟୋଗର ଟିମ୍ କୋଭିଡ ସଂକ୍ରମିତ କିମ୍ବା ସନ୍ଦିଗ୍ଧଙ୍କ ଘରକୁ ଯାଇ ଭୋଟ୍ ଦେବାର ବ୍ୟବସ୍ଥା ହୋଇଛି । ଏହି ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବ । ଏହିପରି ଭାବେ ଭୋଟରମାନେ ପୋଷ୍ଟ, ଇଲେକ୍ଟ୍ରୋନିକ୍ କିମ୍ବା ହାତରେ ନିର୍ବାଚନ ଅଧିକାରୀଙ୍କୁ ସେମାନଙ୍କର ବାଲାଟ୍ ପେପର ଦେବାରେ ସକ୍ଷମ ହେବେ । ଏହି ସୁବିଧା କୋଭିଡ ପ୍ରଭାବିତ ଲୋକମାନଙ୍କ ସହିତ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ତଥା ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ହେବ ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର