ଧର୍ମ

କେବେ ପତ୍ରଝଡା ଦିଏନି ଏହି ବଟ ବୃକ୍ଷ, ହଜାର ବର୍ଷ ପ୍ରାଚୀନ ଏହାର ଇତିହାସ ହେଲେ ନାହିଁ ଓହଳ

ମୋରନା : ଉତ୍ତରପ୍ରଦେଶ ମୁଜାଫରନଗରର ମୋରନାରେ ରହିଛି ଏକ ବଟବୃକ୍ଷ। ଯାହାକୁ କେବଳ ସ୍ଥାନୀୟ ଅଞ୍ଚଳ କାହିଁକି ସମସ୍ତ ଦେଶରେ ଲୋକେ ଅକ୍ଷୟ ବଟ ନାମରେ ଜାଣନ୍ତି। କୁହାଯାଏ ଏହି ବଟ ବୃକ୍ଷର ଇତିହାସ ମହର୍ଷି ବ୍ୟାସଙ୍କ ପୁତ୍ର ସୁକଦେବଙ୍କ ସହ ଜଡିତ। ମହାଭାରତ କାଳର ଏହି ବଟବୃକ୍ଷକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ସବୁଠୁ ବଡ କଥା ହେଉଛି ବର୍ଷରେ ପ୍ରତ୍ୟେକ ବଟବୃକ୍ଷ ଥରେ ପତ୍ରଝଡା ଦେଇଥାଏ। ହେଲେ ଏହି ବୃକ୍ଷ କେବେ ପତ୍ରଝଡା ଦିଏନିକି ଏତେ କାଳର ବରଗଛ ହୋଇମଧ୍ୟ ଏହାର ଗୋଟିଏ ଓହଳ ବି ନାହିଁ।

ପୌରାଣିକ ଆଖ୍ୟାନ ଅନୁସାରେ ଏହି ବୃକ୍ଷ ମୁଳରେ ମହାରାଜ ପରିକ୍ଷିତଙ୍କୁ ଶାପମୁକ୍ତ କରିବା ଲାଗି ସୁକମୁନି ଭାଗବତ ଶୁଣାଇଥିଲେ। ପରିକ୍ଷିତ ମହାରାଜ ତୃଷାର୍ତ୍ତ ହୋଇ ମୁନିଙ୍କୁ ଜଳଦାନ ଲାଗି ନିବେଦନ କରିଥିଲେ। ତେବେ ଧ୍ୟାନସ୍ତ ମୁନି ତାଙ୍କ କଥାର କୌଣସି ଜବାବ ନ ଦେବାରୁ ପରିକ୍ଷିତ ତାଙ୍କ ଗଳାରେ ମଲା ସାପ ପକାଇଦେଥିଲେ। ଏଥିଲାଗି ମୁନିଙ୍କ ପୁତ୍ର ପରିକ୍ଷିତଙ୍କୁ ତକ୍ଷକ ଦଂଶନରେ ତାଙ୍କର ମୃତ୍ୟୁ ହେବ ବୋଲି କ୍ରୋଧରେ ଅଭିଶାପ ଦେଇଥିଲେ।

ଏଣୁ ମୁନି ପୁତ୍ରଙ୍କ ଅଭିଶାପରେ ପରିକ୍ଷିତଙ୍କ ମୃତ୍ୟୁ ନିଶ୍ଚିତ ଥିଲା। ଏଥିଲାଗି ତାଙ୍କୁ ଶାପମୁକ୍ତ କରିବା ନିମନ୍ତେ ସୁକମୁନି ତାଙ୍କୁ ଭାଗବତ କଥା ଶୁଣାଇ ମୋକ୍ଷ ପ୍ରଦାନ କରିଥିଲେ। ଅକ୍ଷୟ ବଟ ନାମାନୁସାରେ ଅକ୍ଷୟ ଅର୍ଥାତ ଏହାର କ୍ଷୟ ନାହିଁ। କୁମ୍ଭ ମେଳା ଓ ବିଶେଷ ଅବସରରେ କେବଳ ଅକ୍ଷୟବଟ ସର୍ବସାଧାରଣଙ୍କ ଲାଗି ଉନ୍ମୁକ୍ତ ହୁଏ। ଅନ୍ୟଥା ଏହାକୁ କଡା ସୁରକ୍ଷା ମଧ୍ୟରେ ପ୍ରାଚିର ବେଷ୍ଟନୀ କରି ରଖାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ