ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କେବେ ଆଫ୍ରିକା ଗସ୍ତ କରି ନାହାନ୍ତି, ତଥାପି ସଂକ୍ରମିତ; ଅନ୍ୟ ଦେଶରେ କିପରି ବ୍ୟାପୁଛି ମଙ୍କିପକ୍ସ ? WHO ଦେଲା ଜବାବ

ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ମଙ୍କିପକ୍ସକୁ ନେଇ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର କହିଛି, ଗତ ୧୦ ଦିନରେ ୧୨ଟି ଦେଶରୁ ୯୨ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏହି ସଂଖ୍ୟା ସ୍ପଷ୍ଟ ଦର୍ଶାଉଛି ଯେ, ଆଗାମୀ ଦିନରେ ଏହି ମାମଲା ଆହୁରି ବୃଦ୍ଧି ପାଇବ।

ଉଲ୍ଲେଖଯୋଗ୍ୟ ବ୍ରିଟେନ, ସ୍ପେନ, ପର୍ତ୍ତୁଗାଲ, ଇଟାଲୀ, ଆମେରିକା, କାନାଡାରେ ମଙ୍କିପକ୍ସର ଏପରି ରୋଗୀ ଚିହ୍ନଟ ହୋଇଛନ୍ତି ଯେଉଁମାନେ ପୂର୍ବରୁ କେବେ ବି ଆଫ୍ରିକା ଯାଇ ନାହାନ୍ତି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଉଥିବା ମଙ୍କିପକ୍ସ ମାମଲା କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକୀୟ ଦେଶ ଗୁଡକରୁ ଆସିଥିଲା। କିନ୍ତୁ ଏବେ ଆଫ୍ରିକା ବାହାରେ ଚିହ୍ନଟ ହେଉଥିବା ନୂଆ ମାମଲାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି।

ନାଇଜେରିଆ ବିଜ୍ଞାନ ଏକାଡେମୀର ପୂର୍ବତନ ଅଧ୍ୟକ୍ଷ ଓୟେବାୱେ ତୋମୋରୀ ଡବ୍ଲୁଏଚଓର ପରାମର୍ଶଦାତା ବୋର୍ଡର ସଦସ୍ୟ ଅଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଚିନ୍ତିତ ଅଛି ଯେ ପ୍ରତିଦିନ ଏହି ରୋଗରେ ଅନ୍ୟ ଦେଶର ବହୁ ଲୋକେ ସଂକ୍ରମିତ ହେଉଛନ୍ତି । ଏହା କିନ୍ତୁ ପଶ୍ଚିମ ଆଫ୍ରିକାରେ ଚିହ୍ନଟ ହୋଇଥିବା ରୋଗ ଠାରୁ ଭିନ୍ନ। ଏହି କାରଣରୁ ଆମେରିକା ଏବଂ ୟୁରୋପ ଚିହ୍ନଟ ନୂଆ ମାମଲା କିଛି ନୂଆ ହୋଇପାରେ ଆଶଙ୍କା ସୃଷ୍ଟି ହେଉଛି’। ସେ କହିଛନ୍ତି, ୟୁରୋପରେ ଏହି ରୋଗୀରେ କାହାରି ମୃତ୍ୟୁ ହୋଇ ନାହିଁ।

ବିଶ୍ୱର ଅନ୍ୟ ଦେଶରେ ବଢୁଥିବା ମାମଲାକୁ ଦେଖି ଏପଟେ ସତର୍କ ହୋଇଛନ୍ତି ଭାରତ ସରକାର। କେନ୍ଦ୍ର ସରକାର ଏନସିଡିସି ଏବଂ ଆଇସିଏମଆରକୁ ବିଦେଶରେ ମଙ୍କିପକ୍ସର ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ଏହାସହ ପ୍ରଭାବିତ ଦେଶରୁ ଆସୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କ ନମୂନା ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖୟଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ଏହି ରୋଗର କୌଣସି ମାମଲା ଚିହ୍ନଟ ହୋଇନାହିଁ। ତେବେ ଡବ୍ଲୁଏଚଓ ଅନୁସାରେ, ଏହି ରୋଗରେ ମୃତ୍ୟୁ ହାର ୧୦ ପ୍ରତିଶତ ଯାଏଁ ହୋଇପାରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ