ରାଜ୍ୟ ସ୍ପେଶାଲ ରିପୋର୍ଟ

କେବିସି ହଟସିଟ୍‌ରେ ବଲାଙ୍ଗୀରର ସମ୍ବିତ

ବଲାଙ୍ଗୀର: ବହୁଚର୍ଚ୍ଚିତ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡ଼ପତି (କେବିସି)ର ସୋ’ରେ ଏଥର ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ସମ୍ବିତ ହେଉଛନ୍ତି ବଲାଙ୍ଗୀର ଚନ୍ଦନଭାଟି ନିବାସୀ ଯୋଗୀ ରଂଜନ ପାଣିଗ୍ରାହୀ ଓ ବିସ୍ମିତା ପାଣିଗ୍ରାହୀଙ୍କ ପୁଅ। ସେ ଏବେ ଦିଲ୍ଲୀର ଏକ ମଲ୍‌ଟିନ୍ୟାସନାଲ କମ୍ପାନିର ବିଜନେସ ଆଣ୍ଡ୍ ଅପରେସନରେ କାର୍ଯ୍ୟରତ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ବିଏସ୍‌ସି ପାଠ ପରେ ସେ ଆଇଆଇଏଫ୍‌ଟିରେ ଏମ୍‌ବିଏ କରିଛନ୍ତି। ବାପା ଯୋଗୀ ରଂଜନ କଷ୍ଟମ ଆଣ୍ଡ ଜିଏସ୍‌ଟିର ପ୍ରିନସପାଲ କମିସନର ଭାବରେ ଦିଲ୍ଲୀରେ ଅବସ୍ଥାପିତ। ପରିବାର ସହ ସମ୍ବିତ ଦିଲ୍ଲୀରେ ରହୁଛନ୍ତି। କେବିସିରେ ଚନ୍ଦନଭାଟି ଗାଁ ସହ ଓଡ଼ିଶା ସଂପର୍କରେ ବି କିଛି ଆଲୋଚନା ହୋଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।