ରାଜ୍ୟ ସ୍ୱାସ୍ଥ୍ୟ

କେବଳ ସହରରେ ନୁହେଁ, ଗାଁରେ ମଧ୍ୟ କରୋନା ସଂକ୍ରମଣର ଉପସ୍ଥିତି ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଗତ ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରି ସାରିଛି ବୋଲି। ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି। ସେ ଆହୁରି କହଇଛନ୍ତି, ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇ ପାରେ। ସଂକ୍ରମଣ ସବୁ ଜିଲ୍ଲାରେ ରହିଛି। ଲୋକମାନଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନ ବଢ଼ୁ ସେ ନେଇ ଯତ୍ନବାନ ହେବାର ରହିଛି। କେବଳ ସହରରେ ନୁହେଁ, ଗାଁମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି ।

ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ ରୁ ୭ ଭିତରେ ରହୁଛି। ରାଜ୍ୟରେ ଫଟର୍ନିଟି ରେଟ କମ ଅଛି। ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫% ବହୁବିଧ ରୋଗୀ ରହୁଛନ୍ତି। ବର୍ତ୍ତମାନର ମୃତ୍ୟୁସଂଖ୍ୟା ଦେଖି ରାଜ୍ୟରେ ମୃତ୍ୟୁ ବଢିଛି ବୋଲି କହି ହେବ ନାହିଁ ।

ଏଣେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୫୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ