ଲାଇଫ୍ ଷ୍ଟାଇଲ

କେବଳ ତରକାରୀକୁ ସୁଆଦିଆ କରେ ନାହିଁ, ଏଥିରେ ରହିଛି ଆହୁରି ଅନେକ ଉପକାରୀ ଗୁଣ

ଆପଣମାନେ ସମସ୍ତେ ଜାଣନ୍ତି ଯେ ଅଦା ଏକ ଏପରି ମସଲା ଯାହା କେବଳ ତରକାରୀକୁ ସୁଆଦିଆ କରେ ନାହିଁ, ବରଂ ଏଥିରେ ବହୁ ଉପକାରୀ ଗୁଣ ମଧ୍ୟ ରହିଛି। ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ଅଦା ଖାଇବା ଦ୍ୱାରା ଶରୀରରୁ ଝାଳ ବୋହିବା କମ୍‌ ହୋଇଥାଏ। ଏହା ବ୍ୟକ୍ତିକୁ ଯୁବା ଦିଶେଇବାରେ ସହାୟ ହୁଏ। ରୀତିମତ ଅଦା ଖାଉଥିବା ବ୍ୟକ୍ତିଙ୍କୁ ସକାଳୁଆ ଆଳସ୍ୟ ଲାଗେ ନାହିଁ। ବିଶେଷ କରି ମହିଳାମାନଙ୍କୁ ଗର୍ଭବତୀ ଥିବା ସମୟରେ ଯେଉଁଭଳି ମାନ୍ଦା ଅନୁଭୂତ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ହୋଇଥାଏ।

ଗଣ୍ଠିମୁଣ୍ଡରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ଜଣାଯାଏ। ଏହା ହୁଏତ ତୁରନ୍ତ ଅନୁଭୂତ ନ ହୋଇପାରେ ମାତ୍ର ସବୁଦିନ ପାଇଁ ଯନ୍ତ୍ରଣାକୁ ଦୂରେଇ ଦେଇପାରେ ଅଦା। ହୃଦ୍‌ରୋଗୀଙ୍କ ପାଇଁ ମଧ୍ୟ ଅଦା ଖୁବ୍‌ ଭଲ ହୋଇଥାଏ। ଗବେଷକମାନଙ୍କ କହିବା ଅନୁଯାୟୀ ଦିନକୁ ୨ ଗ୍ରାମ୍‌ ଅଦା ଖାଇବା ଦ୍ୱାରା ରକ୍ତରୁ ସର୍କରା ସ୍ତର ୧୦ ପ୍ରତିଶତ କମ୍‌ ହୋଇଥାଏ।

ମହିଳାମାନଙ୍କ ମାସିକଧର୍ମ ସମୟର ଯନ୍ତ୍ରଣା ମଧ୍ୟ ଅଦା ଖାଇବା ଦ୍ୱାରା କମ୍‌ ହୋଇଥାଏ। ଏହାର କୌଣସି ପାର୍ଶ୍ୱ ପ୍ରଭାବ ମଧ୍ୟ ନାହିଁ। ଶରୀରରୁ ଚର୍ବି ଖସାଇବାରେ ଅଦାର ଭୂମିକା ଅତୁଳନୀୟ। ରୀତିମତ ଅଦା ଖାଇବା ଅଭ୍ୟାସ କଲେ ଶରୀରରେ ଥିବା ଅତିରିକ୍ତ ଚର୍ବି ହ୍ରାସ୍‌ ପାଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ