ରାଜ୍ୟ

କେନ୍ଦ୍ର ସରକାରଙ୍କ କୃଷି ପୋର୍ଟାଲ୍‌ ନବୀକରଣ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ କୃଷି ପୋର୍ଟାଲ୍‌ ଡିସେମ୍ବର ମାସରୁ ନବୀକରଣ କରାଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସରିପାରୁନଥିବାରୁ ଓଡ଼ିଶାର ମାଟି ସ୍ବାସ୍ଥ୍ୟ କାର୍ଡ ରିପୋର୍ଟ ପ୍ରଦାନ ମନ୍ଥର ହୋଇଛି। ରାଜ୍ୟରେ ୪ ଲକ୍ଷ ୫୦ ହଜାର ଚାଷୀଙ୍କ ଜମିର ମାଟି ପରୀକ୍ଷଣ ସରିଛି। ପୋର୍ଟାଲ୍‌ ଜରିଆରେ ମାଟି ସ୍ବାସ୍ଥ୍ୟ କାର୍ଡ ରିପୋର୍ଟ ଜେନେରେଟ ହୋଇପାରୁନଥିବାରୁ ମାତ୍ର ଦୁଇ ଲକ୍ଷ ଚାଷୀଙ୍କୁ ସ୍ବାସ୍ଥ୍ୟ କାର୍ଡ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ଶତ ପ୍ରତିଶତ ଚାଷୀଙ୍କ ପାଖରେ ମାଟି ସ୍ବାସ୍ଥ୍ୟ କାର୍ଡ ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଥିଲା। ଯାହା ଚଳିତ ବର୍ଷ ବିଳମ୍ବିତ ହୋଇଛି। ଖୁବ ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ଦିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ପ୍ରତ୍ୟେକ ମାଟିର ଉପାଦାନ ଅନୁସାରେ ଭିନ୍ନ ପ୍ରକାର ଚାଷର କ୍ଷମତା ରହିଛି। ଏହାକୁ ଦୃଷ୍ଟିରେ ରଖି ୧୯୫୮ ମସିହାରୁ ରାଜ୍ୟରେ ମାଟି ପରୀକ୍ଷଣ ପ୍ରକ୍ରିୟା ସମ୍ବଲପୁରରୁ ଆରମ୍ଭ ହୋଇ ନିୟମିତ ଜାରି ରହିଛି। ବର୍ତ୍ତମାନ ୩୦ଟି ଜିଲ୍ଲାରେ ମାଟି ପରୀକ୍ଷାଗାର ରହିଛି। ସେଥିରୁ ୧୭ଟି କାର୍ଯ୍ୟକ୍ଷମ। ୩୦ଟି ମୋବାଇଲ ଗାଡ଼ି ଜରିଆରେ ମଧ୍ୟ ମାଟି ପରୀକ୍ଷା କରାଯାଇ ରିପୋର୍ଟ ଦିଆଯାଉଛି। ସେହି ଅନୁଯାୟୀ ଚାଷୀଙ୍କୁ ମାଟି ସ୍ବାସ୍ଥ୍ୟ ରିପୋର୍ଟ ଦିଆଯାଏ। ଚାଷୀ ଯେଉଁ ଫସଲ କରିବା ପାଇଁ ଚାହାନ୍ତି, ତା’ର ରିପୋର୍ଟ କାର୍ଡ ଦେଇଥାଆନ୍ତି। ସେହି ଅନୁଯାୟୀ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଏ।

୮୦ ପ୍ରତିଶତ ଅମ୍ଳ ହେଲାଣି ମାଟି

ଓଡ଼ିଶା ମାଟି ଜଟିଳ ସମସ୍ୟା ଦେଇ ଗତି କରୁଛି। ଓୟୁଏଟି ପକ୍ଷରୁ ୨୦୨୦ ମସିହାରେ ପରୀକ୍ଷଣ ରିପୋର୍ଟ ଅନୁସାରେ, ରାଜ୍ୟରେ ୮୦ ପ୍ରତିଶତ ମାଟି ଅମ୍ଳ ହୋଇ ସାରିଛି। ୨୦୦୮ ମସିହାରେ ଏହା ଥିଲା ୬୯ ପ୍ରତିଶତ। ତେଣୁ ମାଟିରେ ଅମ୍ଳତା କ୍ଷୀପ୍ର ଗତିରେ ବୃଦ୍ଧି ପାଉଥିବା ସ୍ପଷ୍ଟ ହେଉଛି। କୃଷି ବୈଜ୍ଞାନିକ ଡ.ଅନ୍ତର୍ଯାମୀ ମିଶ୍ରଙ୍କ ଅନୁସାରେ, ଓଡ଼ିଶା, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗରେ ମାତ୍ରାଧିକ ବର୍ଷା ଅମ୍ଳ ମାଟିର କାରଣ। ଏଥିରୁ କେବଳ ଓଡ଼ିଶାରେ ବାର୍ଷିକ ୧୫୦୦ ମିଲିମିଟର ବର୍ଷା ହେବା ଅମ୍ଳତାର ମୁଖ୍ୟ କାରଣ। ଏହାର ମୁକାବିଲା ପାଇଁ କ୍ୟାଲ୍‌ସିୟମ ସିଞ୍ଚନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ୧୦ ଟଙ୍କାରେ ୫୦ କେଜିର ବ୍ୟାଗ୍‌ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା। ପ୍ରାୟ ୭ ବର୍ଷ ହେଲା ଏହା ବନ୍ଦ ହୋଇଯାଇଛି। ଅଧିକ ଉତ୍ପାଦନ ଆଶା ନେଇ ହାଇବ୍ରିଡ୍‌ ଫସଲ ଯୋଗୁଁ ମାଟିରେ ପୁଷ୍ଟିକର ଉପାଦାନର ଅଭାବ ଦେଖାଯିବା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି ଗୋବର ଖତ ସିଞ୍ଚନ ପାଇଁ କୃଷି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି। କାରଖାନା ବର୍ଜ୍ୟ ମଧ୍ୟ ମାଟିକୁ ବିଷାକ୍ତ କରିବାର କାରଣ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।