ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେନ୍ଦ୍ରୀୟ ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ମାଡ଼, ୧୨ ମୃତ

କିବ୍‌ : ରୁଷ୍‌ ଏବେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍‌ ସହ କେନ୍ଦ୍ରୀୟ ୟୁକ୍ରେନ୍‌ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହା ସହିତ ଅନେକ କୋଠା ଛାରଖାର ହୋଇଯାଇଛି। ଖାରକିଭ୍‌ରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ଗୁରୁବାର ଦିନ ଏକ ୫ ବର୍ଷର ଶିଶୁ ସମେତ ମୋଟ୍‌ ୯ ଜଣଙ୍କ ମୃତ୍ୟୁ ହୋଇଛି। ଲୁହାଂସ୍କରେ ଜୋରଦାର ଲଢ଼େଇ ଜାରି ରହିଛି।

ସେଭେରୋଡୋନେସ୍କ ସହର ସାମରିକ ପ୍ରଶାସନ ମୁଖ୍ୟ ଓଲେକଜାଣ୍ଟର ଷ୍ଟ୍ରିଉକ୍‌ ଟେଲିଭିଜନ୍‌ରେ ଏକ ବିବୃତି ଜ‌ାରି କରି କହିଛନ୍ତି, ଲୁହାନସ୍କରେ ଜୋରଦାର ଲଢ଼େଇ ଜାରି ରହିଛି। ନିରୀହ ଲୋକଙ୍କ ଉପରେ ଆକ୍ରମଣ କରି ରୁଷ୍‌ ଆତଙ୍କ ସୃଷ୍ଟି କରୁଛି ଏବଂ ଲୋକଙ୍କୁ ସହର ଛାଡ଼ି ପଳାଇଯିବାକୁ ବାଧ୍ୟ କରୁଛି। ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଯାହା କରୁଛି ତାହା ନରସଂହାରର ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି।

ପୂର୍ବ ୟୁକ୍ରେନ୍‌ର ଅଧିକାଂଶ ଅଞ୍ଚଳରୁ ଲୋକମାନଙ୍କୁ ବଳପୂର୍ବକ ‌ସେମାନଙ୍କ ଘରୁ ଉଠାଇ ନେଇ ହଜାରେ କିମି ଦୂରରେ ଛାଡ଼ି ଦିଆଯାଉଛି। କିଛି ୟୁକ୍ରେନ୍‌ ନାଗରିକ ମଧ୍ୟ ରୁଷ୍‌ ଆକ୍ରମଣରୁ ବଞ୍ଚିବାପାଇଁ ରୁଷ୍‌ ସେନା ଦ୍ବାରା ସ୍ଥାପିତ ଶିବିରରେ ରହୁଛନ୍ତି। ଇତିମଧ୍ୟରେ ଚେଚନ୍ୟା ମୁଖ୍ୟ ତଥା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଘନିଷ୍ଠ ସହଯୋଗ ରମଜାନ କାଦିରୋଭ୍‌ ଆଜି ପୋଲାଣ୍ଡ୍‌କୁ ଧମକ ଦେଇଛନ୍ତି। ଖୁବ୍‌ଶୀଘ୍ର ପୋଲାଣ୍ଡ୍‌ରେ ପ୍ରଚଣ୍ଡ ଆକ୍ରମଣ ହେବ ବୋଲି ଆଜି କାଦିରୋଭ୍‌ ଗଣମାଧ୍ୟମକୁ କହିଛନ୍ତି। ପୋଲାଣ୍ଡ୍‌ରେ ନାଟୋର ସାମରିକ ପ୍ରତିଷ୍ଠାନକୁ ଆମେ ୬ ସେକେଣ୍ଡ୍‌ରେ ଧ୍ବଂସ କରିଦେବୁ ବୋଲି କାଦିରୋଭ୍‌ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ