ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

କେନ୍ଦ୍ରାପଡ଼ାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ପ୍ରସଙ୍ଗ: ବ୍ୟାପକ ହେଉଛି ଆନ୍ଦୋଳନ; ବ୍ଲକ୍, ପୌରାଞ୍ଚଳ ଘେରିବା ଯୋଜନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଏବେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ଗୋଟିଏପଟେ କେନ୍ଦ୍ରାପଡ଼ାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ଦାବିରେ ପ୍ରତିବାଦ ସମାବେଶ, ବାଇକ୍ ଶୋଭାଯାତ୍ରା ଚାଲିଥିବା ବେଳେ ଅନ୍ୟପଟେ ପୁରୁଣା ଜିଲ୍ଲା ହସ୍ପିଟାଲ୍‌ରେ ସିଟି ହସ୍ପିଟାଲ୍‌ କରିବା ପାଇଁ ୨୪ଦିନ ହେବ ଆନ୍ଦୋଳନ ଚାଲୁ ରହିଛି। ବଡ଼ କଥା ହେଉଛି ସିଟି ହସ୍ପିଟାଲ୍‌ ଦାବିରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଶାସକ ଦଳ ଏଯାଏ କିନ୍ତୁ ମେଡିକାଲ୍‌ କଲେଜକୁ ନେଇ ହେଉଥିବା ଦାବି ଉପରେ କିଛି କହୁନାହିଁ। ସରକାର ବି ଚୁପ୍ ବସିଛନ୍ତି ା ସରକାର ଅବଗତ ଥିବା କହି ଜିଲ୍ଲାର ଲୋକ ପ୍ରତିନିଧି ବୃନ୍ଦ ବି ନିଜ ଦାୟିତ୍ବ ସାରି ଦେଉଛନ୍ତି ା ଏଭଳି ସ୍ଥିତିରେ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ ଯୋଜନା ହେଉଥିବା ବେଳେ ସରକାର କେବେ ଜିଲ୍ଳାବାସୀଙ୍କ ଏ ଦାବି ଶୁଣିବେ, ତାରି ଉପରେ ସଭିଙ୍କ ନଜର ରହିଛି।

ଦୀର୍ଘ ବର୍ଷ ହେବ ଏହି ଦାବି ହୋଇ ଆସୁଥିଲେ ବି ରାଜ୍ୟ ସରକାର ପୁରୀ ଓ ଯାଜପୁରରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିବା ପରେ କେନ୍ଦ୍ରାପଡ଼ାରୁ ଏ ଦାବି ଅଧିକ ଜୋର‌୍‌ ଧରିଥିଲା। ବିଭିନ୍ନ ସାମାଜିକ ସ˚ଗଠନ ଏଥିପାଇଁ ଆନ୍ଦୋଳନ କରିବା ସହିତ ପ୍ରତିବାଦ ସଭା କରିଥିଲା। କିନ୍ତୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ମେଡିକାଲ୍‌ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନାତ୍ମକ ପନ୍ଥା ହାତକୁ ନେଇ ଜିଲ୍ଲାର ସମସ୍ତ ୯ଟି ବ୍ଲକ୍‌ ଏବ˚ ଦୁଇଟି ପୌରାଞ୍ଚଳରେ ପ୍ରତିବାଦ ସଭା ସହିତ ବାଇକ୍‌ ଶୋଭାଯାତ୍ରା ଓ ଗଣସମାବେଶ ଆୟୋଜନ କରୁଛି। ଗତ ୧୫ତାରିଖରେ କମିଟି ପକ୍ଷରୁ ବାଇକ୍ ଶୋଭାଯାତ୍ରା ସହିତ କେନ୍ଦ୍ରାପଡ଼ା ସହର ଖଡ଼ିଅଙ୍ଗସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଯେଉଁ ଗଣସମାବେଶ ହୋଇଥିଲା, ସେଥିରେ ଜିଲ୍ଲାର ୯ଟି ବ୍ଲକ୍ ଓ ଦୁଇ ପୌରାଞ୍ଚଳର ଲୋକ ସାମିଲ୍‌ ହୋଇଥିଲେ। ରାଜକନିକାର ବାସୁ ବଶୁନି ସହିଦ ପୀଠରୁ ଏଥିସକାଶେ ବାଇକ୍ ଶୋଭଯାତ୍ରା ଜିଲ୍ଲା ସଦର ମହକୁମା ଯାଏ ହୋଇଥିଲା ା ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ହେଉଥିବା କ୍ରମାଗତ ଅବହେଳାକୁ ନେଇ ବକ୍ତା ମାନେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ା କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ କର୍ମଭୂମି ହୋଇଥିବା ବେଳେ ଜିଲ୍ଳାବାସୀଙ୍କ ପ୍ରତି ଯେଭଳି ଅବିଚାର କରାଯାଉଛି, ତାହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କମିଟିର ସଭାପତି ପ୍ରାଧ୍ୟାପକ ଅଜୟ ସାମଲ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି ଯେ ପଡ଼ୋଶୀ ଯାଜପୁର ସମେତ ବହୁ ଜିଲ୍ଲାରେ ମେଡିକାଲ୍‌ କଲେଜ ହେଇପାରୁଛି। ଅଥଚ ବିଜୁ ବାବୁଙ୍କ କର୍ମଭୂମି ଏବଂ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ଦାୟିତ୍ବ ନିଜେ ନେଇ ମଧ୍ୟ କେନ୍ଦ୍ରାପଡ଼ାକୁ ମେଡିକାଲ୍‌ କଲେଜରୁ ବଂଚିତ କରାଯାଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଯାଇଥିଲା ା ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସାରା ଜିଲ୍ଲାର ଲୋକଙ୍କୁ ନେଇ ଆନ୍ଦୋଳନ ଚାଲିଛି ା ମାର୍ଚ୍ଚରୁ ଜିଲ୍ଲାର ସବୁ ବ୍ଲକ୍‌ ଓ ପୌରାଞ୍ଚଳ ଆଗରେ ଆନ୍ଦୋଳନ ପାଇଁ ଯୋଜନା ହୋଇଛି। ସରକାର ଦାବି ନ ମାନିବା ଯାଏ ଆନ୍ଦୋଳନ ଚାଲିବ ବୋଲି କମିଟିର ସଭାପତି ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।