ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ

କେନ୍ଦୁଝର: କେନ୍ଦୁଝର ଲୋକସଭା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଟିକେଟ ପାଇବା ପରେ ଭୋଟରଙ୍କୁ ନିଜପକ୍ଷକୁ ନେବା ପାଇଁ ବିଭିନ୍ନ ଶୈଳୀରେ ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି। ଏଥର କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ୫ ଲକ୍ଷ ୨୬ ହଜାର ୩୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ୪ଲକ୍ଷ ୬୦ ହଜାର ୧୫୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ବ୍ରମ ୧ ଲକ୍ଷ ୨୮ ହଜାର ୭୧୬ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ। ଏଥର ବିଜେଡି ଏଠାରେ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି। ସେ ଦଳର ବିଧାୟକ ପ୍ରାର୍ଥୀମାନଙ୍କ ସହ ମିଶି ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର ଜାରି ରଖିଛନ୍ତି। ଦୁଇଦିନ ତଳେ ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କ ସହିତ ମିଶି ରିମୁଳିରୁ ଚମ୍ପୁଆ ପର୍ଯ୍ୟନ୍ତ ଶୋଭଯାତ୍ରାରେ ଯାଇଥିଲେ। ପାଟଣାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କ ସହ ମିଶି ମା’ କବଚ ସମାବେଶରେ ଯୋଗଦେଇ ଭୋଟ ମାଗିଥିଲେ। ସେହିପରି ତେଲକୋଇରୁ ପ୍ରାର୍ଥୀ ହୋଇଥିବା ମାଧବ ସର୍ଦ୍ଦାରଙ୍କ ସହିତ ମିଶି ହରିଚନ୍ଦନପୁର, ତେଲକୋଇ ଓ ବଂଶପାଳରେ ଆଶୀର୍ବାଦ ଭିକ୍ଷା ସମାବେଶରେ ଯୋଗଦେଇଥିଲେ। ସେମିତି ଆଜି କରଞ୍ଜିଆରେ ବିଜେଡି ପ୍ରାର୍ଥୀଙ୍କ ସହିତ ଏକ ବାଇକ୍‌ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ପ୍ରଚାର ବେଳେ ବିଜେପିର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ସମସ୍ୟାରେ ପଡ଼ିଛନ୍ତି। ଦଳ ଏଯାଏ ତେଲକୋଇ, ଘସିପୁରା ଓ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିନଥିବାରୁ ଏସବୁ ସ୍ଥାନରେ ସେ ଏକାକୀ ପ୍ରଚାର କରିପାରୁ ନାହାନ୍ତି। ଅନ୍ୟ ତିନିଟି ନିର୍ବାଚନମଣ୍ଡଳୀରେ ଅନନ୍ତ ବିଧାୟକ ପ୍ରାର୍ଥୀଙ୍କ ସହ ମିଶି ସଭାସମିତି ଓ ଶୋଭାଯାତ୍ରା କରି ଭୋଟ ମାଗୁଥିବା ଦେଖିବାକୁ ମିଳିଛି। ଗତକାଲି ସେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଏକ ବାଇକ୍‌ ଶୋଭାଯାତ୍ରା କରିଥିବା ବେଳେ ପୂର୍ବରୁ କେନ୍ଦୁଝର ନିର୍ବାଚନମଣ୍ଡଳୀରେ ମୋହନ ମାଝୀଙ୍କ ସହ ମିଶି ପ୍ରଚାର ଚଳାଇଥିଲେ। ସେହିପରି କଂଗ୍ରେସ ଏଠାରେ ପ୍ରଥମେ ମୋହନ ହେମ୍ବ୍ରମଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ସମସ୍ତ କର୍ମକର୍ତ୍ତୀ ସମୂହ ଇସ୍ତଫା ଦେଇଥିଲେ। କିଛିଦିନ ପରେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିଲା ଏବଂ ଇଂ. ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ମଙ୍ଗଳବାର କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇଥିବାରୁ ଏଥର କେନ୍ଦୁଝରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।