ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

କେଦାରନାଥ ଧାମ ଯାତ୍ରା: ପୁଣି ୩ ତୀର୍ଥଯାତ୍ରୀ ମୃତ, ୫୭ ଯାତ୍ରୀଙ୍କ ମୃତ୍ୟୁ ହେଲାଣି

ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଦେଇଥିବା ତଥା ଅନୁସାରେ ଗତକାଲି ହୃଦ୍‌ଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ମେ ୩ରୁ ଚାରିଧାମ ତୀର୍ଥଯାତ୍ରା ଆରମ୍ଭ ହେବା ପରଠାରୁ ୫୭ ଜଣ ଯାତ୍ରୀ ପ୍ରାଣ ହରାଇଲେଣି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହେଉଥିବା କୁହାଯାଇଛି। ଅନ୍ୟପକ୍ଷେ ପ୍ରତିଦିନ ସୀମିତ ସଂଖ୍ୟକ ଯାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଉତ୍ତରାଖଣ୍ଡ ସରକାରଙ୍କ ଅନୁସାରେ ପ୍ରତିଦିନ ଗଙ୍ଗୋତ୍ରିରେ ୮ହଜାର, ବଦ୍ରିନାଥରେ ୧୬ହଜାର, କେଦାରନାଥରେ୧୩ ହଜାର ଏବଂ ଯମୁନେତ୍ରୀରେ ୫ହଜାର ତୀର୍ଥଯାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ