ଦେଶ ବିଦେଶ

କେଉଁଠି ଛପାଯାଏ ବଜେଟର ଦସ୍ତାବିଜ୍? ୧୦ଦିନ ପର୍ଯ୍ୟନ୍ତ ଉଭାନ ହୋଇଯାଆନ୍ତି ସମ୍ପୃକ୍ତ ଅଧିକାରୀ

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ‘ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଛି।

ତେବେ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ବଜେଟ୍ କିପରି ଏବଂ କେଉଁଠାରେ ପ୍ରସ୍ତୁତ ହୁଏ? ଏହାକୁ କେଉଁଠାରେ ଛପାଯାଏ? ଆସନ୍ତୁ ଏସବୁ ପ୍ରଶ୍ନର ଉତ୍ତର ଜାଣିବା।

ଦେଶର ବଜେଟ୍ ଅତ୍ୟନ୍ତ ଗୋପନୀୟ ଭାବରେ ପ୍ରସ୍ତୁତ ହୁଏ। ଏହାର ଦସ୍ତାବିଜ୍ ପ୍ରସ୍ତୁତ କରିବାବେଳେ, ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହିଥା’ନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସଂସଦରେ ବଜେଟ୍ ଉପସ୍ଥାପନ ହେବାର ୧୦ଦିନ ପୂର୍ବରୁ, ଏହି ଅଧିକାରୀ ଏବଂ କର୍ମଚାରୀମାନେ କାହା ନଜରକୁ ଆସନ୍ତି ନାହିଁ। ପରିବାରଠାରୁ ଦୂରରେ ରହି ଏମାନେ ବଜେଟ ପ୍ରସ୍ତୁତିରେ ଲାଗିପଡ଼ନ୍ତି।

ବଜେଟ୍ ପ୍ରସ୍ତୁତ କରୁଥିବା ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କ ଘର ଏବଂ ଆଖପାଖ ଲୋକଙ୍କ ସହ ୧୦ଦିନ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରଖନ୍ତି ନାହିଁ। ଏହି ସମୟ ମଧ୍ୟରେ ଅର୍ଥ ମନ୍ତ୍ରାଳୟର ଉତ୍ତର ବ୍ଲକରେ ସମ୍ପୂର୍ଣ୍ଣ ଲକଡାଉନ୍ ପରି ପରିବେଶ ଦେଖାଯାଏ। ଏହି ଅବଧି ମଧ୍ୟରେ କେବଳ ଅର୍ଥମନ୍ତ୍ରୀଙ୍କ ଅତି ଘନିଷ୍ଠ ତଥା ବିଶ୍ୱସ୍ତ ଅଧିକାରୀମାନେ ଘରକୁ ଯିବାକୁ ଅନୁମତି ପାଆନ୍ତି।

ପ୍ରତିବର୍ଷ ଦିଲ୍ଲୀର ଉତ୍ତର ବ୍ଲକରେ ଅବସ୍ଥିତ ଅର୍ଥ ମନ୍ତ୍ରାଳୟର କାର୍ଯ୍ୟାଳୟରେ ବଜେଟ୍ ପ୍ରସ୍ତୁତ କରାଯାଏ। ୧୯୫୦ ପର୍ଯ୍ୟନ୍ତ, ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରେସରେ ବଜେଟ୍ ଦସ୍ତାବିଜ୍ ଛପା ଯାଉଥିଲା। କିନ୍ତୁ ଥରେ ବଜେଟର କିଛି ଅଂଶ ସେଠାରୁ ଲିକ୍ ହୋଇଯିବାରୁ ୧୯୮୦ପରଠାରୁ, ଅର୍ଥ ମନ୍ତ୍ରାଳୟର ଉତ୍ତର ବ୍ଲକରେ ଅବସ୍ଥିତ ପ୍ରେସରେ ବଜେଟ୍ ଦସ୍ତାବିଜ୍ ଛପା ଯାଉଛି।

ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ଏକ ନୀଳ ସିଟ୍ ରଖାଯାଏ, ଯେଉଁଥିରେ ପ୍ରମୁଖ ଆର୍ଥିକ ତଥ୍ୟ ରହିଥାଏ। ଏହା ଆଧାରରେ ବଜେଟ୍ ପ୍ରସ୍ତୁତ କରାଯାଏ। ଅର୍ଥମନ୍ତ୍ରୀ ମଧ୍ୟ ଏହି ବଜେଟ୍ ସିଟକୁ ବାହାରକୁ ନେଇପାରିବେ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ