ଅପରାଧ ରାଜ୍ୟ

କୃଷକ ବଜାରରୁ ଜାଲ୍‌ ନୋଟ୍‌ ଜବତ, ଜଣେ ଅଟକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ-ସିଡିଏ : ରବିବାର ସଂଧ୍ୟାରେ କୃଷକବଜାରରୁ ଜାଲ୍‌ ନୋଟ୍‌ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ବିଡ଼ାନାସୀ ଥାନା ପୁଲିସ ଜଣକୁ ଅଟକ ରଖିଥିବା​ ଜଣାପଡ଼ିଛି। ଅଭିଯୁକ୍ତଜଣକ ଢେଙ୍କାନାଳ ଅଞ୍ଚଳର ହୋଇଥିଲା ବେଳେ ସେ କଟକରେ ରହି ରଙ୍ଗ କାମ କରୁଥିବା ଜଣାପଡ଼ିଛି। ତା’ ଠାରୁ ସାଇକଲ୍‌, ମୋବାଇଲ୍‌ ଏବଂ କିଛି ନକଲି ନୋଟ୍‌ ଜବତ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ଢ଼େଙ୍କାନାଳର ରଙ୍ଗ ମିସ୍ତ୍ରିଜଣକ କୃଷକବଜାରକୁ ଶୁଖୁଆ କିଣିବାକୁ ଆସିଥିଲା। ଶୁଖୁଆ ନେବା ପାଇଁ ସେ ଶୁଖୁଆ ବେପାରୀଙ୍କୁ ୨୦୦ ଟଙ୍କିଆ ନୋଟ୍ ଦେଇଥିଲା। ବ୍ୟବସାୟୀଜଣକ ଉକ୍ତ ନୋଟ୍‌କୁ ଦେଖି ସନ୍ଦେହ କରି ଅଭିଯୁକ୍ତର ପିଛା କରି ତାକୁ କାବୁ କରିନେଇଥିଲେ। ଅଭିଯୁକ୍ତଜଣକ ବ୍ୟବସାୟୀଙ୍କ ଆଗରେ ସଫେଇ ଦେଇଥିଲା ଯେ, ଉକ୍ତ ଟଙ୍କା ତାକୁ ପାରିଶ୍ରମିକ ବାବଦ ମିଳିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତକୁ ଥାନାକୁ ନେଇଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜୋନ୍‌-୩ ଏସିପି ତାପସ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ, ଜାଲ୍‌ ନୋଟ ଅଭିଯୋଗକୁ ନେଇ ଜଣଙ୍କୁ ଅଟକ ରଖାଯାଇଛି। ଜାଲ୍‌ ଅଭିଯୋଗର ସତ୍ୟସତ୍ୟ ଉପରେ ଯାଞ୍ଚ କରାଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।