ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କୃଷକ ପ୍ରତିବାଦ: ଦିଲ୍ଲୀ-ହରିୟାଣା ସୀମାନ୍ତ ନିକଟରେ ପ୍ରତିବାଦକାରୀଙ୍କ ଉପରେ ପାଣି ଓ ଲୁହବୁହା ବାଷ୍ପ ପ୍ରୟୋଗ କଲା ପୁଲିସ

ନୂଆଦିଲ୍ଲୀ: ବିବାଦୀୟ କୃଷି ବିଲ୍‌ ବିରୋଧରେ ପ୍ରତିବାଦ କରି ପଦଯାତ୍ରାରେ ଦିଲ୍ଲୀ ଆଡ଼କୁ ଆସୁଥିବା କୃଷକମାନଙ୍କୁ ଅଟକାଇବା ଲାଗି ଗୁରୁବାର ସକାଳେ ଅମ୍ବାଲା ନିକଟରେ ପୁଲିସ ସେମାନଙ୍କ ଉପରକୁ ପାଣି ମାଡ଼ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଛି।

ବୁଧବାର ରାତିରେ ଭୀଷଣ ଥଣ୍ଡାରେ ପ୍ରତିବାଦକାରୀ କୃଷକମାନଙ୍କ ଉପରକୁ ପାଣି ମାଡ଼ କରି ପୁଲିସ ତୀବ୍ର ସମାଲୋଚିତ ହୋଇଥିଲା।

ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଟୁଇଟ୍‌ କରିଛନ୍ତି, କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟିଯାକ ଆଇନ ବିପକ୍ଷରେ କୃଷକମାନେ ପ୍ରତିବାଦ କରୁଛନ୍ତି। ଉକ୍ତ ବିଲ୍‌କୁ ପ୍ରତ୍ୟାହାର କରିନେବା ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ପ୍ରତିବାଦରୁ କୃଷକମାନଙ୍କୁ ବିରତ କରାଯାଉଛି। ସେମାନଙ୍କ ଉପରେ ପାଣି ମାଡ଼ କରାଯାଉଛି। କୃଷକମାନଙ୍କ ପ୍ରତି ଏତାଦୃଶ ଅନ୍ୟାୟ କରାଯିବା ଅନୁଚିତ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ସେମାନଙ୍କର ସାମ୍ବିଧାନିକ ଅଧିକାର।

ପ୍ରତିବାଦକାରୀ କୃଷକମାନଙ୍କୁ ଦିଲ୍ଲୀକୁ ନ ଛାଡ଼ିବା ଲାଗି ଗୁରୁବାର ସକାଳେ ଦିଲ୍ଲୀ-ହରିୟାଣା ସୀମାନ୍ତରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଥିଲା। ‘ଦିଲ୍ଲୀ ଚଲୋ ମାର୍ଚ’ରେ ଯୋଗ ଦେବାକୁ ବହୁସଂଖ୍ୟକ କୃଷକ ପାର୍ଶ୍ୱବର୍ତ୍ତୀ ରାଜ୍ୟମାନଙ୍କରୁ ଆସୁଥିବାରୁ ହରିୟାଣା ପଞ୍ଜାବ ସହ ଥିବା ତା’ର ସୀମାନ୍ତକୁ ସମ୍ପୂର୍ଣ୍ଣ ସିଲ୍‌ କରିଦେଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ