ରାଜ୍ୟ ସ୍ୱାସ୍ଥ୍ୟ

କୁହାକୁଣ୍ଡାରେ ଥମୁନି ଝାଡାବାନ୍ତି ଆତଙ୍କ : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲାଣି ୪୦

ଝାରସୁଗୁଡା ୩୦।୧: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୁହାକୁଣ୍ଡାରେ ଝାଡାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗାଁରେ ଡାକ୍ତରୀ ଟିମ୍ ଓ ଚିକିତ୍ସା ଚାଲିବା ସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ପାର କରିସାରିଲାଣି । ଏଥିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୨ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ୨୨ ଜଣ ଲଖନପୁର ସିଏଚସିରେ ଭର୍ତ୍ତି ହୋଇଛନ୍ତି । ଗାଁରେ ୪ ଦିନ ତଳେ ହୋଇଥିବା ଏକ ଭୋଜି ଯୋଗୁଁ ଖାଦ୍ୟରେ ବିଷକ୍ରିୟା ଆଶଙ୍କା କରିଛନ୍ତି ସିଡିଏମଓ । ଗାଁର ଜଳସ୍ରୋତର ପରୀକ୍ଷା ପାଇଁ ପଠାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ