ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୁମ୍ଭମେଳାରେ କରୋନା ବିସ୍ଫୋରଣ, ୨ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ମେଳାରେ କଡ଼ାକଡ଼ି ହେଲା କୋଭିଡ୍‌ ଗାଇଡ୍‌ଲାଇନ୍‌

ଡେରାଡୁନ୍ ଦିଲ୍ଲୀରେ ଗତବର୍ଷ ତବ୍‌ଲିଗି ଜମାତ ସମ୍ମିଳନୀ ପରେ ଦେଶରେ ଅଚାନକ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି ସମ୍ମିଳନୀକୁ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରାଯାଇଥିଲା। ‌ଏବେ କୁମ୍ଭମେଳାକୁ ନେଇ ମଧ୍ୟ ଏଭଳି ଆଶଙ୍କା ଦେଖାଦେଇଛି। ହରିଦ୍ବାରରେ ଚାଲିଥିବା କୁମ୍ଭମେଳାରେ କରୋନାର ବିସ୍ଫୋରକ ରୂପ ଦେଖିବାକୁ ମିଳିଛି। ଗତ ୫ ଦିନରେ ଏଠାରେ ୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଗ‌ାଇଡଲାଇନ୍
କଡ଼ାକଡ଼ି ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି। ମେଳାରେ କୋଭିଡ୍‌ ନେଗେଟିଭ୍‌ ସାଟିଫିକେଟ ଏବଂ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍‌ ସଂଖ୍ୟା ବଢ଼ାଇ ଦିଆଯାଇଛି। କ‌ରୋନା ନିୟମାବଳୀ ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଘୋଷଣା ହୋଇଛି।

ଉତ୍ତରାଖଣ୍ଡ ସରକାର ଗୋଟିଏ ପଟେ କହୁଛନ୍ତି କରୋନା ନିୟମାବଳି ମଧ୍ୟରେ କୁମ୍ଭମେଳା ହେଉଛି। କିନ୍ତୁ ବାସ୍ତବ ସ୍ଥିତି ଅଲଗା ରହିଛି। ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ବେପରୁଆ କାର୍ଯ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ମାସ୍କ ନାହିଁ, ଥର୍ମାଲ୍‌ ସ୍କ୍ରିନିଂ ନାହିଁ କି ସାମାଜିକ ଦୂରତ୍ବ ମଧ୍ୟ ନାହିଁ। ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ରୂ‌େପ ଆଖି ବୁଜି ଦେଇଥିବ‌ାରୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ଦ୍ବିତୀୟ ଲହରରେ ସଂକ୍ରମଣ ବଢ଼ି ଚାଲିଥିବାବେଳେ ହରିଦ୍ବାର କୁମ୍ଭମେଳା ଏବେ ଉଦ୍‌ବେଗକର କାରଣ ହୋଇଛି। ହରିଦ୍ବାରରେ ସଂକ୍ରମଣ ବଢ଼ୁଛି। ହରିଦ୍ବାର ମୁଖ୍ୟ ମେଡିକାଲ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ରବିବାର ହରିଦ୍ବାରରେ ୩୦୦ ସଂକ୍ରମଣ ମାମଲା ଥିଲା। କିନ୍ତୁ ଏହା ପରଦିନ ୩୪୯ ପଜିଟିଭ୍‌ ମାମଲା ରହିଛି। ଏପ୍ରିଲ ୧ରେ କୁମ୍ଭମେଳା ଆରମ୍ଭ ହେବାଠାରୁ ହରିଦ୍ବାରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ସୂଚନା‌େଯାଗ୍ୟ ଯେ ହରିଦ୍ବାରରେ କୁମ୍ଭମେଳାକୁ ଆଜି ୧୩ ଦିନ। ମେଳାରେ ଗତକାଲି ଦ୍ବିତୀୟ ଶାହିସ୍ନାନରେ ୩୧ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ