ରାଜ୍ୟ ସ୍ପେଶାଲ ରିପୋର୍ଟ

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିର ନୀତିକାନ୍ତି ସମୟ ପରିବର୍ତ୍ତନ

ପୁରୀ: ଅକ୍ଟୋବର ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡ଼ୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏହିଦିନ ପୁରୀକୁ ରାତି ୧ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡେରେ ଗ୍ରହଣ ସ୍ପର୍ଶ କରୁଛି। ରାତି ୨ ଘଣ୍ଟା ୨୪ ମିନିଟ୍‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେଉଛି। ଏଣୁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ଣ ୪ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଅନେକ ନୀତିକାନ୍ତି ରହିଥିବାରୁ ସାରା ରାତି ନୀତିକାନ୍ତି ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଚନ୍ଦ୍ରଗ୍ରହଣ ପାଇଁ କୁମାର ପୂର୍ଣ୍ଣିମା ପୂର୍ବଦିନ ରାତି ୨ଟାରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ରାତି ୩ଟାରେ ମଙ୍ଗଳ ଆଳତି, ସାଢ଼େ ୩ଟାରେ ମଇଲମ ଓ ତଡ଼ପ ଲାଗି, ୪ଟା ୧୫ରେ ଅବକାଶ ପରେ ସାଢ଼େ ୪ଟାରୁ ସାଢ଼େ ୫ଟା ରାଈଦାମୋଦର ବେଶ ଅନୁଷ୍ଠିତ ହେବ।

ସକାଳ ୫ଟାରେ ରୋଷହୋମ ପରେ ଅନ୍ୟାନ୍ୟ ନୀତି ବଢ଼ିବ। ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ସକାଳ ଧୂପ, ୮ଟାରୁ ସାଢ଼େ ୮ଟା ଭିତରେ ବାଳଧୂପ ଓ ୮ଟା ୧୦ରେ ଭୋଗମଣ୍ଡପ ଉଠିବା ସହ ପୂର୍ବାହ୍ଣ ୧୦ଟାରେ ଭୋଗମଣ୍ଡପ ଶେଷ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ, ଦକ୍ଷିଣି ଘର ଭୋଗ ପରେ ଅପରାହ୍ଣ ସାଢ଼େ ଗୋଟାଏରେ ମା’ ଲକ୍ଷ୍ମୀ ଓ ସରସ୍ବତୀ ଖଟ ଶେଯ ଘରକୁ ବିଜେ କରିବେ। ଅପରାହ୍ଣ ୨ଟାରେ ସୁଦର୍ଶନ ଦେବ ଚଉଦୋଳକୁ ବିଜେ କରିବେ। ସାଢ଼େ ୨ଟାରେ ରୁନ୍ଧା ସାରି ମୁକ୍ତିମଣ୍ଡପ ପାଖକୁ ବିଜେ କରିବା ପରେ ୩ଟାରେ ଚଉଦୋଳ ଉଠିବ। ସନ୍ଧ୍ୟା ୬ଟାରେ ସୁଦର୍ଶନ ଦେବଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ଏହା ପରେ ରାତି ୭ଟାରେ ତଡ଼ପ ଉତ୍ତରି ଲାଗି, ରାତି ସାଢ଼େ ଗୋଟାଏରେ ମଇଲମ, ରାତି ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ। ରାତି ସାଢ଼େ ୨ଟାରେ ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ବେଶ ଶେଷ ପରେ ଭୋର ସାଢ଼େ ୪ଟାରେ ସନ୍ଧ୍ୟା ଆଳତି, ୪ଟା ୫୦ରେ ଫଳ ସମର୍ପଣ, ୫ଟାରେ ମାଧବ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।