ରାଜ୍ୟ ସ୍ୱାସ୍ଥ୍ୟ

କୁଢ଼ କୁଢ଼ ଶବ ଭିତରୁ ପୁଅର ମୃତ ଦେହକୁ ଖୋଜିଥିଲା ବାପା । ଶତାବ୍ଦୀର ବଡ଼ ଟ୍ରେନ୍ ଦୁର୍ଘଟଣାରେ ଦୋହଲି ଯାଇଥିଲା ଦେଶ, କରମଣ୍ଡଳ ଟ୍ରେନ୍ ଟ୍ରାଜେଡିକୁ ପୂରିଲା ବର୍ଷେ ।

କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଏହି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିଲେ । ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ଭାବେ ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଠାରେ ହୋଇଥିବା କରମଣ୍ଡଳର କରୁଣ ଦୁର୍ଘଟଣା । କରମଣ୍ଡଳର ସେ କରୁଣ କାହାଣୀକୁ ଆଜକୁ ଠିକ୍ ବର୍ଷେ ପୂରିଛି ହେଲେ ସେ ଭୟଙ୍କର ଦୁର୍ଘଟଣା ମନେପଡ଼ିଗଲେ ଛାତି ଥରି ଉଠୁଛି, ହାତଗୋଡ଼ ନିସ୍ତେଜ ହୋଇପଡୁଛି ।

କିଏ ଜାଣିଥିଲା ସେଦିନର ସେ ଶୁକ୍ରବାର ଅନେକଙ୍କ ପାଇଁ ଶେଷ ଶୁକ୍ରବାର ପାଲଟିଯିବ! ବାଲେଶ୍ୱରର ବାହାନଗାଠାରେ ଘଟିଲା ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ବାହାନଗାରେ ମୁହାଁମୁହିଁ ଧକ୍କା ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ ସହ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ । ଦେଖୁ ଦେଖୁ ବଢ଼ି ଚାଲିଲା ମୃତକଙ୍କ ସଂଖ୍ୟା, ଅନ୍ଧକାର ଭିତରେ ବଡ଼ ରେସ୍କ୍ୟୁ ଅପରେସନ୍ ପାଇଁ ସମୟ ଗଡ଼ି ଚାଲିଲା, କିଏ ଜୀବନ ପାଇଁ ବିକଳ ହୋଇଯାଉଥାଏ ତ କିଏ ପରିବାର ପାଇଁ ନେହୁରା ହେଉଥିଲା ।

ଦୁର୍ଘଟଣା ଖବର ଖେଳିଯିବା ପରେ ଏକାଠି ଆଗେଇ ଆସିଥିଲେ ସ୍ଥାନୀୟ ଲୋକେ । ମାନବିକତା ଦେଖାଇ ବାହାନଗାବାସୀ ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ଯିଏ ଯେଉଁଥିରେ ପାରିଲା ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସହାୟତାର ହାତ ବଢ଼ାଇଥିଲେ । ଏପରିକି ରାତିସାରା ହସ୍ପିଟାଲ ବାହାରେ ଲୋକମାନେ ଆହତଙ୍କୁ ରକ୍ତଦାନ କରିବାକୁ ଲମ୍ବା ଲାଇନ୍ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ସମୟରେ ପର, ଆପଣା ଜାତି ଧର୍ମକୁ ଭୁଲି ଜଣେ ମଣିଷର କର୍ତ୍ତବ୍ୟ କରିଥିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢୁଥିବା ଦେଖି ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟକୁ ଅଧିକ ଜୋରଦାର କରିଥିଲେ । ଯେଉଁଥିପାଇଁ ୩ଟି ଏନଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ୍, ୧୫ରୁ ଅଧିକ ଅଗ୍ନିଶମବାହିନୀ. ୧୦୦ ଡାକ୍ତରୀ ଦଳ, ୨୦୦ ଆମ୍ବୁଲାନ୍ସ ଏବଂ ୨୦୦ ଜଣ ପୋଲିସ କର୍ମଚାରୀ ଏହି ବିଶାଳ ଉଦ୍ଧାର ଅପରେସନରେ ନିୟୋଜିତ ଥିଲେ ।

କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ନିଜ ପରିବାର ସଦସ୍ୟଙ୍କ ଫଟୋକୁ ଦେଖାଇ ପଚାରୁଥିଲା । ଖଣ୍ଡ ବିଖଣ୍ଡିତ ଶବକୁ ଦେଖି ଅନେକ ପରିଜନ ଚେତାଶୂନ୍ୟ ହୋଇଯାଉଥିଲେ । ଶବର ଶେଷ ଠିକଣା ହସ୍ପିଟାଲ ହୋଇଥିଲେ ବି ଏ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଶବକୁ ଚିହ୍ନି ପାରୁନଥିଲେ ପ୍ରିୟ ପରିଜନ । ଯାହାଫଳରେ କିଛି ଶବ ପଡୋଶୀ ରାଜ୍ୟକୁ ଚାଲିଯାଇଥିଲା, ଆଉ ପଶ୍ଚିମବଙ୍ଗରେ ଶବ, ଓଡ଼ିଶାର ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲି ବୁଲି ନିଜ ସମ୍ପର୍କୀୟଙ୍କ ଶବ ଖୋଜୁଥିବା ଖବର ବି ଦେଖିଛି ଏ ଦେଶ ।

କିଏ ଟିଭିରୁ ଖବର ପାଇ ଓଡ଼ିଶା ଚାଲି ଆସିଲା ତ କିଏ ଶେଷ ଫୋନ୍ କଲ୍ ପାଇଁ ଧାଇଁ ଆସିଥିଲା । ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ଫଳରେ ନିହାତି ଅନେକଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ ଯେଉଁ ସିଗନାଲ ତ୍ରୁଟି ଯୋଗୁଁ ପାଖାପାଖି ୩୦୦ ଜଣ ଯାତ୍ରୀଙ୍କ ଜୀବନ ଗଲା । ଆଉ ଅନେକ ଆହତ ସାରା ଜୀବନ ପାଇଁ ଅକାମୀ ହୋଇଗଲେ । ସିବିଆଇ ତଦନ୍ତରେ ରେଳବାଇର ୩ ଜଣ କର୍ମୀଙ୍କୁ ଗିରଫ କରାଗଲା କିନ୍ତୁ ଯେଉଁ ଜୀବନ ସବୁ ଚାଲିଗଲା ତା’ହା କ’ଣ କେହି ଫେରାଇ ପାରିବେ କି? କରମଣ୍ଡଳ କାହାଣୀକୁ ବର୍ଷେ ପୂରିଲା ସତ କିନ୍ତୁ ଯେମିତି ବାହାନଗା ଟ୍ରେନ୍ ଟ୍ରାଜେଡି ପୁନରାବୃତି ନହେଉ । ଏଥିପ୍ରତି ରେଳବାଇ ବିଭାଗ ସତର୍କ ରହିବା ଜରୁରୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ