ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କୁଆଡେ ଗଲେ ବାବୁସାନ୍‌ ? ଚେନ୍ନାଇରୁ ଫେରିଲା ‘ଦମନ’ ଟିମ୍‌

ଭୁବନେଶ୍ୱର ୨୬।୦୭ : କୁଆଡେ ଗଲେ ବାବୁସାନ୍‌ ? ଚେନ୍ନାଇରୁ ଫେରିଲା ‘ଦମନ’ ଟିମ୍‌ । ହେଲେ ସେଥିରେ ନାହାନ୍ତି ବାବୁସାନ୍‌ । ୨୪ ତାରିଖ ରାତି ୧୦ ଟାରେ ବାବୁସାନ୍‌ ହୋଟେଲ୍‌ ଛାଡିଥିବା ସୂଚନା । ଫେରିବା ପାଇଁ ଟିକେଟ୍‌ ହୋଇଥିଲା, କିନ୍ତୁ ଆସିଲେନି ବାବୁଶାନ୍‌ । ଏମିତିକି ଚେନ୍ନାଇର ଉତ୍କଳ ସମାଜର କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ବାବୁସାନ ବୋଲି କହିଛନ୍ତି।

ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା କହିଛନ୍ତି ଯେ, ଗତ ୨୩ ତାରିଖ ସକାଳେ ଆମେ ଏକାଠି ଚେନ୍ନାଇ ଯାଇଥିଲୁ । ବାବୁସାନ୍‌ ଆମ ସହ ଥିଲେ । ଆସନ୍ତା ଦୁର୍ଗାପୂଜାରେ ଫିଲ୍ମ ରିଲିଜ୍‌ ହେବ । ସେଠାରେ ଉତ୍କଳ ଆସୋସିଏସନ ଅଫ୍‌ ମାଡ୍ରାସ୍‌’ ଆୟୋଜିତ ଉତ୍କଳ ଦିବସ ଉତ୍ସବରେ ଫିଲ୍ମ ପ୍ରମୋଶନ କରାଯିବାର ଯୋଜନା ଥିଲା । କିନ୍ତୁ ସେଦିନ ଅପ୍ରୀତିକର ସ୍ଥିତି ଯୋଗୁଁ ଏବେ ପରିବେଶ ବିଗିଡି଼ ଯାଇଛି । ତେଣୁ ତାଙ୍କୁ ପ୍ରମୋଶନରେ ଯୋଗ ଦେବାକୁ ଆମେ ମନା କରିଥିଲୁ । ପ୍ରକୃତି ଉକ୍ତ ଫିଲ୍ମରେ ଅଭିନୟ କରୁନାହାନ୍ତି । ସେ ଟିମ୍‌ ସଦସ୍ୟ ମଧ୍ୟ ନୁହେଁ । କିନ୍ତୁ ସେ ବ୍ୟକ୍ତିଗତ ଭାବେ ବାବୁସାନ୍‌ଙ୍କ ସହ ଚେନ୍ନାଇ ଯାଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ