ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କିଶୋର ବୟସରେ ସବୁଠାରୁ ଲମ୍ବା କେଶ ରଖି ରେକର୍ଡ କଲେ ନିଲାଂଶି ପଟେଲ

ନୂଆଦିଲ୍ଲୀ ୦୭/୧୧ : ୨୦୧୮ ମସିହା ନଭେମ୍ବର ୨୧ ତାରିଖ ପରଠାରୁ କିଶୋରଙ୍କ ମଧ୍ୟରେ ଲମ୍ବା କେଶର ଟାଇଟଲ୍ ଜିତିଛନ୍ତି ଭାରତ ନିଲାଂଶି ପଟେଲ। ନିକଟରେ ସେ ତୃତୀୟଥର ପାଇଁ ଏହି ରେକର୍ଡ କରିଛନ୍ତି। କିଶୋର ବୟସରେ ସବୁଠାରୁ ଲମ୍ବା କେଶ ରଖିବାରେ ସେ ରେକର୍ଡ କରିଛନ୍ତି।

୨୦୧୮ ମସିହାରେ ନିଲାଂଶିଙ୍କ କେଶର ଲମ୍ବ ଥିଲା ୧୭୦.୫ ସେମି (୫ ଫୁଟ ୭ ଇଞ୍ଚ)। ଇଟାଲୀ ଟେଲିଭିଜନ ଶୋ’ ଲା ନୋଟ ଦେ ରେ ରେକର୍ଡରେ କରିଥିଲେ। ଗତ ଦୁଇ ବର୍ଷ ହେଲା ସେ ନିଜ ରେକର୍ଡ ଭାଙ୍ଗି ଚାଲିଛନ୍ତି। ୨୦୧୯ରେ ତାଙ୍କ କେଶର ଲମ୍ବ ୧୯୦ ସେମି ଥିଲା ଅର୍ଥାତ ୬ ଫୁଟ ୩ ଇଞ୍ଚ ଏବଂ ଚଳିତ ବର୍ଷ ତାଙ୍କ କେଶର ଲମ୍ବ ହୋଇଛି ୨୦୦ ସେମି ଅର୍ଥାତ ୬ ଫୁଟ ୬.୭ ଇଞ୍ଚ।


ଏହି ରେକର୍ଡ ପାଇଁ ଓଦା କେଶର ମାପ ନିଆଯାଇଥାଏ। କାରଣ ଓଦା କେଶର ଲମ୍ବ ସ୍ୱାଭାବିକ ଭାବେ ଜଣାପଡ଼ିଥାଏ ଏବଂ ମାପ ସଠିକ ହୋଇଥାଏ। ଲମ୍ବକୁ ସ୍ପଷ୍ଟ ଭାବରେ ଦେଖାଇବା ପାଇଁ କେଶକୁ ସମତଳ ସ୍ଥାନରେ ବିଛେଇବାକୁ ପଡିଥାଏ।

ନିଲାଂଶି ନିଜ ୧୮ତମ ଜନ୍ମଦିନର ଠିକ ଦିନେ ପୂର୍ବରୁ ରେକର୍ଡ କରିଥିଲେ। ଗତ ଅଗଷ୍ଟ ମାସରେ ତାଙ୍କୁ ୧୮ ବର୍ଷ ହୋଇଛି। ବର୍ତ୍ତମାନ ସେ କିଶୋରୀ ବୟସରେ ସବୁଠାରୁ ଲମ୍ବ କେଶର ରେକର୍ଡ ପାଇଁ ଯୋଗ୍ୟ ନୁହନ୍ତି। କିନ୍ତୁ କିଶୋର ବୟସରେ ସବୁଠାରୁ ଲମ୍ବା କେଶ ପାଇଁ ତାଙ୍କର ରେକର୍ଡ ରହିବ।

ତାଙ୍କୁ ଯେତେବେଳେ ୬ ବର୍ଷ ବୟସ ହୋଇଥିଲା ସେବେଠାରୁ ସେ କେଶ ଲମ୍ବା କରିବା ଆରମ୍ଭ କରିଥିଲେ। ଥରେ ସେ ଚୁଟି କାଟିବାକୁ ଯାଇଥିଲେ ଏବଂ ତାଙ୍କ ଚୁଟି ଭଲ ଭାବେ କଟାଯାଇନଥିବାରୁ ତାଙ୍କ ମନ କଷ୍ଟ ହୋଇଥିଲା। ଏହାପରେ ସେ କେଶ ନ କାଟି ଲମ୍ବା ରଖିବାକୁ ନିଷ୍ପତ୍ତି ନେଇଥିଲେ।


ତାଙ୍କ ମା’ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କୁ କେଶ ଧୋଇବାରେ ସୁଖେଇବାରେ ସାହାଯ୍ୟ କରନ୍ତି। ୨୦୧୮ ମସିହାରେ ସେ ଯେତେବେଳେ ପ୍ରଥମ ରେକର୍ଡ କରିଥିଲେ ବହୁତ ଖୁସି ହୋଇଥିଲେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ