ରାଜ୍ୟ ସ୍ପେଶାଲ ରିପୋର୍ଟ

କିଶୋରଙ୍କ ଘରେ ଭୋଟ୍‌ ମାଗିଲେ ତରୁଣ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ହାତଗଣତି ୪ ଦିନ ବାକି। ନିଜ ନିଜର ଭୋଟ୍‌ କିଭଳି ଅଧିକ ହେବ ସେନେଇ ରାଜନୈତିକ ଦଳ ଜୋର୍‌ସୋରରେ ପ୍ରଚାର ଚଳାଇଛନ୍ତି। ଏହାରି ଭିତରେ ଶୁକ୍ରବାର ଝାରସୁଗୁଡ଼ା ସହରରେ ଦେଖାଦେଇଥିବା ଏକ ଦୃଶ୍ୟ ଚର୍ଚ୍ଚାର ପରିସରକୁ ଆସିଛି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଆଜି ସହରର ୨୦, ୨୧ ଓ ୨୨ ନଂ ୱାର୍ଡରେ ଡୋର୍‌ ଟୁ ଡୋର୍‌ ପ୍ରଚାର କରୁଥିଲେ। ଏହିସମୟରେ ମଙ୍ଗଳବଜାରସ୍ଥିତ କିଶୋର ମହାନ୍ତିଙ୍କ ଘରେ ପହଞ୍ଚିଥିଲେ ତରୁଣ ଓ ଅନ୍ୟ କଂଗ୍ରେସ ସମର୍ଥକ। କିଶୋର ମହାନ୍ତିଙ୍କ ପରିବାର ‌ଲୋକେ ବି ତରୁଣଙ୍କୁ ସ୍ବାଗତ କରିଥିଲେ। ତରୁଣ ବେଶ୍‌ କିଛି ସମୟ ସ୍ବର୍ଗତ ମହାନ୍ତିଙ୍କ ଘରେ ବସିବା ସହ ତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ସପକ୍ଷରେ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ। ବିଜେଡି ପରିବାରରେ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା ଚର୍ଚ୍ଚାର ପ୍ରସଂଗ ପାଲଟିଛି।

ସ୍ବର୍ଗତ କିଶୋର ମହାନ୍ତି ଓ କଂଗ୍ରେସ ମଧ୍ୟରେ ପୂର୍ବରୁ ବନ୍ଧୁତା ନଥିଲେ ବି ଶତ୍ରୁତା ନଥିଲା। କିନ୍ତୁ ଚଳିତ ଉପନିର୍ବାଚନରେ ବିଜେପି ଅସନ୍ତୁଷ୍ଟ କିଶୋର ସମର୍ଥକଙ୍କ ଭୋଟ୍‌ ହାତେଇବା ନେଇ ଆଶା ବାନ୍ଧି ବସିଛି। ଗତ କିଛି ଦିନ ହେବ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ତଥା ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସମର୍ଥନରେ ପ୍ରଚାର କରୁଛନ୍ତି। ତଥାପି କାଁ ଭାଁ କିଛି କିଶୋର ସମର୍ଥକ ଆଜି ବି ଅସନ୍ତୁଷ୍ଟ ରହିଛନ୍ତି। ତେଣୁ ଉକ୍ତ ଅସନ୍ତୁଷ୍ଟଙ୍କ ଭୋଟ୍‌ ଯଦି ଦଳକୁ ନଯାଉଛି ତେବେ ବିଜେପିକୁ ବି ନଯାଉ ବୋଲି ବିଜେଡିର ଏହା ଗୋଟି ଚାଳନା ‌ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।