ଖେଳ

କିଭଳି ପ୍ରସ୍ତୁତ ହୁଏ ଟିମ୍ ଇଣ୍ଡିଆର ମନପସନ୍ଦ ବ୍ୟଞ୍ଜନ ମକ୍ ଡକ୍, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ ୨୭/୦୬ : ଭାରତୀୟ କ୍ରିକେଟ୍ ଦଳ ଜୁନ୍ ୨୮ ରେ ମୁମ୍ବାଇରୁ ଶ୍ରୀଲଙ୍କା ଗସ୍ତରେ ଯିବେ। ଗତ କିଛି ଦିନ ହେବ ମୁମ୍ବାଇର ଏକ ହୋଟେଲରେ ଖେଳାଳି କ୍ଵାରେଣ୍ଟାଇନରେ ଅଛନ୍ତି। ଫିଟ୍ ରହିବା ପାଇଁ ଏଠାରେ ସେମାନେ ନିୟମିତ ଜିମରେ ବ୍ୟାୟାମ କରୁଛନ୍ତି। ଏହାସହ ନିଜ ପ୍ରିୟ ଖାଦ୍ୟ ଖାଇବାର ସୁଯୋଗ ମଧ୍ୟ ହାତଛଡା କରୁନାହାନ୍ତି ଖେଳାଳି। ବିସିସିଆଇ ସହ ଜଡିତ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଏଥିରେ ବୋର୍ଡ କହିଛି ଯେ କିଭଳି ଟିମ୍ ଇଣ୍ଡିଆର ପ୍ରିୟ ବ୍ୟଞ୍ଜନ କିଭଳି ପ୍ରସ୍ତୁତ ହେଉଛି।

ବିସିସିଆଇ ଯେଉଁ ଭିଡିଓ ସେୟାର କରିଛି ସେଥିରେ କ୍ୟାପସନ୍ ଦିଆଯାଇଛି – ୟମି ଭିଡିଓ ଆଲର୍ଟ। ରବିବାର ବ୍ୟଞ୍ଜନ ଫିକ୍ସ! ପଟ୍ ଅଫ୍ ଫୁଡ୍, ମକ୍ ଡକ୍-ଭେଜି ଡେଲାଇଟ୍ ଯାହା ବର୍ତ୍ତମାନ ଟିମ୍ ଇଣ୍ଡିଆର ସବୁଠାରୁ ପ୍ରିୟ ଖାଦ୍ୟ ଏବଂ ଏହାକୁ ପ୍ରସ୍ତୁତ କରିଥିବା ରୋଷେୟାମାନେ ଆପଣଙ୍କ ସାମ୍ନାରେ ଅଛନ୍ତି। ଭିଡିଓ ଆରମ୍ଭରେ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ଭାବରେ ମନୋନୀତ ହୋଇଥିବା ଶିଖର ଧୱନ ବ୍ୟଞ୍ଜନ ବିଷୟରେ କହୁଥିବାର ନଜର ଆସିଛନ୍ତି। ଧୱନ କହିଛନ୍ତି- ‘ଏଠାରେ, ମକ୍ ଡକ୍ ନାମକ ଏକ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି, ଯାହା ମୋତେ ବହୁତ ଭଲ ଲାଗେ। କିନ୍ତୁ ଏହା କିପରି ତିଆରି ହୁଏ ଆସନ୍ତୁ ଦେଖିବା।’

ଏହାପରେ ମୁମ୍ବାଇର ଗ୍ରାଣ୍ଟ ହାଇଟ୍ ହୋଟେଲର ରୋଷେୟା ଭିଡିଓରେ ସାମ୍ନାକୁ ଆସିଛନ୍ତି ଏବଂ ସେମାନେ ରୋଷେଇ ଘର ବୁଲିବା ସହ ମକ୍ ଡକ୍ କିପରି ପ୍ରସ୍ତୁତ କରାଯାଉଛି ତାହା ଦେଖାଇଛନ୍ତି। ସେ କହିଛନ୍ତି ଯେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଏହି ବ୍ୟଞ୍ଜନ ବହୁତ ପସନ୍ଦ। ଧୀରେ ଧୀରେ ଶିଖର ଧୱନ ମଧ୍ୟ ଏହାର ପସନ୍ଦ କରୁଛନ୍ତି। ହାର୍ଦ୍ଦିକ ଓ କ୍ରୁଣାଲ ପାଣ୍ଡ୍ୟା ମଧ୍ୟ ସପ୍ତାହକୁ ୩-୪ ଥର ଏହି ଡିସ ଅର୍ଡର କରିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ