ଦେଶ ବିଦେଶ ମନୋରଞ୍ଜନ

କିପରି ବିବାହ କରିବାକୁ ଚାହୁଁଛନ୍ତି ତାପସୀ ପନ୍ନୁ, ବୟଫ୍ରେଣ୍ଡଙ୍କୁ ନେଇ କହିଲେ ମନର କଥା…

ମୁମ୍ବାଇ ୦୪।୦୪ : ନିଜ ବିବାହକୁ ଜାକଜମକ ସହ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଚାହାନ୍ତି ବଲିଉଡ ଅଭିନେତା, ଅଭିନେତ୍ରୀଙ୍କ । ଏହି ସମସ୍ତଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଚାଲିଛି। ହେଲେ ଏହି ରେସ୍‌ରୁ ଦୂରରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତାପସୀ ପନ୍ନୁ । ଏପରିକି ସେ ଏକ ଡ୍ରାମାମୁକ୍ତ ବିବାହ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି ତାପସୀ । ନିଜ ସ୍ପେଶାଲ ଡେ’କୁ ଗୋଟିଏ ଦିନରେ ହିଁ ସୀମିତ ରଖିବାକୁ ଯୋଜନା କରିଛନ୍ତି।

ବଲିଉଡ ରିପୋର୍ଟ ଅନୁଯାୟୀ, ତାପସୀ କିଛି ଦିନ ହେବ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ମାଥିଆସ୍ ବୋଇଙ୍କୁ ଡେଟ କରୁଛନ୍ତି। ହେଲ ବିବାହକୁ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି । ବଲିଉଡରେ କାହା ସହ ରୋମାନ୍ସରେ କରିବା ଅପେକ୍ଷା ବଲିଉଡ ବାହାରେ ନିଜ ପାଇଁ ପ୍ରେମିକ ଠିକ୍‌ କରିଛନ୍ତି ତାପସୀ। ଏହାକୁ ନେଇ ସେ କହିଥିଲେ କି ଇଣ୍ଡଷ୍ଟ୍ରିରେ ନୁହେଁ ବାହାରର ପିଲା ଚାହୁଁଛି । ଏହାଦ୍ୱାରା ମିଡିଆ ଆଢୁଆଳରେ ରହି ହେବ ଓ ବି-ଟାଉନ୍‌ ଗସିପରୁ ନିଜ ସମ୍ପର୍କକୁ ଦୂରେଇ ରଖିହେବ। ଏହା ବ୍ୟତୀତ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖିହେବ ବୋଲି କହିଛନ୍ତି ଏକ ସାକ୍ଷାତକାର କହିଛନ୍ତି ତାପସୀ।

ଏବେ ବଲିଉଡ ସେଲିବ୍ରିଟି ଦେଶ ତଥା ଦେଶ ବାହାରେ ଡେଷ୍ଟିନେସନ ୱେଡିଂ କରିବାକୁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ଟ୍ରେଣ୍ଡରୁ ବାହାରେ ଥିବା ତାପସୀ ଡ୍ରାମା ମୁକ୍ତ ପ୍ରେମ ଚାହୁଁଥିବା କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ