ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କିଛି ସପ୍ତାହ ମଧ୍ୟରେ ଭାରତ ପାଇଁ ପ୍ରସ୍ତୁତ ହୋଇଯିବ କରୋନା ଟିକା; ମୂଲ୍ୟ ନେଇ ଆଲୋଚନା ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ। ଟିକା ପ୍ରୟୋଗ ପାଇଁ କେନ୍ଦ୍ର ସରକାର ବୈଜ୍ଞାନିକମାନଙ୍କ ଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି।

କରୋନାଭାଇରସ୍‌ ପରିସ୍ଥିତି ସଂକ୍ରାନ୍ତରେ ଆହୂତ ଏକ ସର୍ବଦଳୀୟ ବୈଠକରେ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କରୋନାଭାଇରସ୍‌ ଟିକାର ମୂଲ୍ୟ ନିର୍ଦ୍ଧାରଣ ଏବଂ ବଣ୍ଟନ ସଂକ୍ରାନ୍ତରେ ରାଜ୍ୟମାନଙ୍କ ସହ ଆଲୋଚନା ଚାଲିଛି।

କରୋନାଭାଇରସ୍‌ ସଂଗ୍ରାମର ‘ଫ୍ରଣ୍ଟ୍‌ ଲାଇନ୍‌’ରେ ଥିବା କର୍ମୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି। ଏହାଛଡ଼ା, ଟିକାର ସଂରକ୍ଷଣ ଏବଂ ପରିବହନ କଥା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଥିବା କଥା ସେ କହିଛନ୍ତି।

ଭାରତରେ ପ୍ରସ୍ତୁତ ହେବାକୁ ଥିବା ପ୍ରାୟ ୮ଟି ଟିକା ସମ୍ପ୍ରତି ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ଭାରତରେ ବିକଶିତ ତିନୋଟି କରୋନାଭାଇରସ୍‌ ଟିକା ମଧ୍ୟ ଏବେ ପରୀକ୍ଷାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି। ଟିକା ପାଇଁ ଆଉ ଅଧିକ ଦିନ ବିଳମ୍ବ ହେବନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆଗାମୀ ଅଳ୍ପ କେତେ ସପ୍ତାହ ମଧ୍ୟରେ ଭାରତ ନିମନ୍ତେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର