ଦେଶ ବିଦେଶ ମନୋରଞ୍ଜନ

କିଙ୍ଗ୍ ଖାନ୍‌ଙ୍କ ଜନ୍ମଦିନକୁ ଭିନ୍ନ ଭିନ୍ନ ଅନ୍ଦାଜରେ ପାଳିଲେ ତାଙ୍କ ପ୍ରଶଂସକ : ଅଭାବୀଙ୍କୁ ସାଢ଼େ ୫ହଜାର କୋଭିଡ କିଟ୍ କରିବେ ଦାନ

ନୂଆଦିଲ୍ଲୀ ୨/୧୧: ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ନଭେମ୍ବର ୨ତାରିଖରେ ଅର୍ଥାତ୍ ଆଜି ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ଖାନଙ୍କ ପାଇଁ ଏହି ଦିନଟି ଖାସ୍ ଥିବାବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଦିନଟି କୌଣସି ପର୍ବଠୁ କମ୍ ନୁହେଁ। ସୁପରଷ୍ଟାରଙ୍କ ଜନ୍ମଦିନକୁ ଆହୁରି ସ୍ପେଶାଲ୍ କରିବା ପାଇଁ ତାଙ୍କ ପ୍ରଶଂସକ ନିଜ ନିଜ ଅନ୍ଦାଜରେ ଏହାକୁ ପାଳନ କରିଛନ୍ତି। ଏକ ଫ୍ୟାନ୍ ଗୃପ୍ ୫୫୫୫ କୋଭିଡ କିଟ୍ ଡୋନେଟ୍ କରିବାକୁ ଘୋଷଣା କରିଛନ୍ତି।


ଶାହରୁଖଙ୍କ ଫ୍ୟାନକ୍ଲବ୍ ଏହି ଡୋନେସନ ବିଷୟରେ ଟ୍ବିଟ୍ କରିଛନ୍ତି। ଟ୍ବିଟ୍ ଅନୁସାରେ ଶାହରୁଖଙ୍କ ପ୍ରଶଂସକ ଅଭାବୀଙ୍କ ପାଇଁ କୋଭିଡ କିଟ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ୫୫୫୫ମାସ୍କ,ସାନିଟାଇଜର ଏବଂ ଖାଦ୍ୟ ରହିଛି। ଫ୍ୟାନକ୍ଳବ୍ ଏହାର ଫଟୋ ମଧ୍ୟ ସେୟାର କରିଛି। ଏବର୍ଷ କରୋନା ଭାଇରସ୍ ମହାମାରୀ ସମୟରେ କୋଭିଡ କିଟ୍ ଲୋକଙ୍କ ସବୁଠୁ ବଡ଼ ଆବଶ୍ୟକତା। ଏପରି ପରିସ୍ଥିତିରେ ପ୍ରଶଂସକଙ୍କ ଏହି କାମ ବାସ୍ତବରେ ପ୍ରଶଂସାଯୋଗ୍ୟ। କରୋନା ଯୋଗୁଁ ଏଥର ଶାହରୁଖ ପ୍ରଶଂସକଙ୍କୁ ତାଙ୍କ ଘର ‘ମନ୍ନତ‘ ବାହାରେ ଏକାଠି ନ ହେବାକୁ ଅପିଲ କରିଛନ୍ତି।


ଅନ୍ୟ ପ୍ରଶଂସକମାନେ ମଧ୍ୟ ଶାହରୁଖଙ୍କ ଜନ୍ମଦିନରେ ନିଜ ସେଲିବ୍ରେସନର ଅନ୍ଦାଜକୁ ସେୟାର କରିଛନ୍ତି। ପେରୁରୁ ଜଣେ ପ୍ରଶଂସକ ଶାହରୁଖ ଖାନଙ୍କ ଜନ୍ମଦିନ କେକ୍ କାଟି ଭର୍ଚୁଆଲି ସେଲିବ୍ରେଟ୍ କରିଛନ୍ତି। ଆଉ ଜଣେ ପ୍ରଶଂସକ ଅଙ୍ଗଦାନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ