ଦେଶ ବିଦେଶ ମନୋରଞ୍ଜନ

‘କିଏ ତୁମକୁ ବିବାହ କରିବ?’ କରିସ୍ମା ତନ୍ନା ସେୟାର କଲେ ମଧ୍ୟବିତ୍ତ ପରିବାରରେ ଝିଅ ହେବାର ଦୁଃଖ

ମୁମ୍ବାଇ ୩୧/୦୩: ମଧ୍ୟବିତ୍ତ ପରିବାରର ଝିଅମାନଙ୍କୁ ସମାଜର ଚିନ୍ତାଧାରା ସହିତ ସାଧାରଣ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେମାନଙ୍କୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଅନେକ କିଛି ସହିବାକୁ ପଡିଥାଏ । କେତେ କଥା ମଧ୍ୟ ଶୁଣିବାକୁ ପଡିଥାଏ । ଟିଭି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ସହ ମଧ୍ୟ ଏମିତି କିଛି ଘଟିଥିଲା । ଟିଭି ଦୁନିଆରେ ନାମ ଅର୍ଜନ କରିଥିବା କରିସ୍ମାଙ୍କୁ ଏ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସମ୍ପର୍କୀୟ ମାନଙ୍କର ଅନେକ କଥା ଶୁଣିବାକୁ ପଡିଥିଲା ।

ରିୟଲିଟି ସୋ ‘ଖତ୍ରୋଁ କେ ଖିଲାଡି’ ଜିତିବା ପରେ କରିସ୍ମା ତନ୍ନା ଏକ ପୋଷ୍ଟ ସେୟାର କରି କହିଥିଲେ, ‘ଅଭିନୟ ଜଗତରେ ପାଦ ଦେବା ମୋ ପାଇଁ ଏତେ ସହଜ ନଥିଲା । ଗୁଜୁରାଟୀ ପରିବାରର ହୋଇଥିବାରୁ ମୋତେ ପ୍ରାୟତଃ କୁହାଯାଇଥିଲା ,ମୁଁ ଏସବୁ କରିପାରିବେ ନାହିଁ । ଲୋକମାନେ ମୋତେ କହୁଥିଲେ ପାଠ ପଢି ଭଲ ଚାକିରୀ କାହିଁକି କରୁନାହଁ । ଏପରି ତୁମକୁ କିଏ ବିବାହ କରିବ? ଏହି ଦୁନିଆ ପୁରୁଷମାନଙ୍କର, ଏଠାରେ ବଞ୍ଚିବା ସହଜ ନୁହେଁ ।’

ଯଦିଓ ଆମେ ବହୁ ଆଗରେ ପହଞ୍ଚିଛୁ, ଆଜି ବି ପୁରୁଣା ଚିନ୍ତାଧାରା ଥିବା ବ୍ୟକ୍ତିମାନେ ଦୁନିଆରେ ଉପସ୍ଥିତ ଅଛନ୍ତି । ଯେଉଁମାନେ ଝିଅମାନଙ୍କୁ ଘର ଭିତରେ ରଖିବାକୁ ପସନ୍ଦ କରନ୍ତି । ସେମାନେ ଜାଣନ୍ତି ନାହିଁ ଶିକ୍ଷିତ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଆଜି ପୁଅମାନଙ୍କ ଠାରୁ ଆଗରେ ଏବଂ ସେମାନଙ୍କ ପାଇଁ କ’ଣ ଠିକ୍ ଏବଂ ଭୁଲ୍ ତାହା ସେମାନେ ଭଲଭାବରେ ଜାଣନ୍ତି ।

କରିସ୍ମା ଅଭିନୟରେ ନିଜର କ୍ୟାରିଅର୍ କରିବାକୁ ଆସିଥିଲେ କିନ୍ତୁ ତାଙ୍କୁ ବିବାହ ଭଳି କଥା ଶୁଣିବାକୁ ମିଳିଥିଲା ​​। ଲୋକମାନେ ଆଜିବି ଏହା ଭାବନ୍ତି, ଫିଲ୍ମ ଜଗତକୁ ଆସିବା ପରେ କେହି ଝିଅକୁ ସମ୍ମାନ ଦେବେ ନାହିଁ । ଦୁନିଆ ହୁଏତ ମଡର୍ଣ୍ଣ ହୋଇପାରେ, କିନ୍ତୁ ଲୋକମାନେ ତଥାପି ଜଣେ ମଡର୍ଣ୍ଣ ଝିଅକୁ ନିଜ ବୋହୂ କରିବାକୁ ଭୟ କରୁଛନ୍ତି । ସେମାନେ ଭାବନ୍ତି ମଡର୍ଣ୍ଣ ବୋହୂ ତାଙ୍କ ପରିବାର ସହିତ ଚଳିପାରିବେ ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ