ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କିଏ ଖାଇବ ଅଧିକ ମୋମୋ? ତିନି ସାଙ୍ଗଙ୍କ ଲଢେଇରେ ଜଣଙ୍କର ମୃତ୍ୟୁ

ଗୋପାଳଗଞ୍ଜ: ବିହାରର ଗୋପାଳଗଞ୍ଜରେ ମୋମୋ ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଗୁରୁବାର ବିଳମ୍ବିତ ରାତିରେ (ଜୁଲାଇ ୧୩) ସନ୍ଧ୍ୟାରେ ସିୱାନର ବଡ଼ହରିଆ ପୁଲିସ ଷ୍ଟେସନ ଅଞ୍ଚଳର ଜ୍ଞାନୀମୋଡରେ ଏହି ଘଟଣା ଘଟିଛି | ବାସ୍ତବରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିଥିଲେ | ଏହା ପରେ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପର୍କୀୟମାନେ ପୁଲିସକୁ ସୂଚନା ଦେଇଥିଲେ | ମୃତ ଯୁବକ ଜଣକ ଥାଭେ ପୁଲିସ ଷ୍ଟେସନର ସିହୋରା ଗ୍ରାମ ନିବାସୀ ବିପିନ କୁମାର ପାସୱାନ୍ (୨୫ ବର୍ଷ) ବୋଲି ଜଣାପଡିଛି। ବିପିନ ଏକ ମୋବାଇଲ୍ ଦୋକାନ କରିଥିଲେ | ପ୍ରତିଦିନ ଭଳି ସେ ଗୁରୁବାର ଦିନ ତାଙ୍କ ଦୋକାନକୁ ଯାଇଥିଲେ । ମୃତକଙ୍କ ପିତା କହିଛନ୍ତି ଯେ ଗୁରୁବାର ରାତିରେ ଦୁଇଜଣ ଯୁବକ ତାଙ୍କ ଦୋକାନକୁ ଆସିଥିଲେ ଏବଂ ସାଙ୍ଗରେ ନେଇଥିଲେ। ସେମାନେ ବିପିନଙ୍କୁ ବିଷାକ୍ତ ଖାଦ୍ୟ ଦେଇ ହତ୍ୟା କରିଛନ୍ତି | ଅନ୍ୟପଟେ ପୁଲିସ କହିଛି ଯେ ଅଧିକ ମୋମୋ ଖାଇବା ଚକ୍କରରେ ଯୁବକଙ୍କ ମୃତ୍ୟୁ ହୋଇଛି |

ଅଳ୍ପ ସମୟ ମଧ୍ୟରେ କେତେ ଅଧିକ ମୋମୋ ଖାଇପାରିବ ସେନେଇ ତିନିଜଣ ସାଙ୍ଗଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା | ଆଉ ବିପିନ ମୋମୋ ଖାଇବା ବେଳେ ଏହାକୁ ନ ଚୋବାଇ ଗିଳିପକାଇଥିଲେ | ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଶବ ବ୍ୟବଛେଦ ରିପୋର୍ଟରେ ମଧ୍ୟ ଏବାବଦରେ ଖୁଲାସା ହୋଇଛି | ଶବ ବ୍ୟବଛେଦ କରିଥିବା ଡାକ୍ତର କହିଛନ୍ତି ଯେ ଅତ୍ୟଧିକ ମୋମୋ ଖାଇବା ଦ୍ୱାରା ଏଭଳି ଘଟଣା ଘଟିଛି । ଡାକ୍ତର କହିଛନ୍ତି ଯେ ଏହି ଯୁବକ ଜଣକ ମୋମୋ ଖାଇଥିଲେ ଆଉ ଏହାକୁ ଭଲରେ ନ ଚୋବାଇ ଗିଳିଦେଇଥିଲେ | ଯାହାଫଳରେ ତାଙ୍କ ତଣ୍ଟିରେ ମୋମୋ ଅଟକିଯାଇଥିଲା | ଆଉ ଶ୍ବାସରୁଦ୍ଧ ହେବାରୁ ତାଙ୍କ ଜୀବନ ଚାଲିଯାଇଥିଲା |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ