ଅପରାଧ ରାଜ୍ୟ

କାହିଁକି ଝୁଲିପଡିଲେ ଗୌରୀଶଙ୍କର ? ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ସୋର ୧୯।୦୯ : ଘରେ ଭିତରେ ଯୁବକଙ୍କ ଆତ୍ମହତ୍ୟା | ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରି ପଞ୍ଚାୟତର ବରି ନୟାଦା ଗାଁର ଘଟଣା । ମୃତକଙ୍କ ନାମ ଗୌରୀଶଙ୍କର ପଟ୍ଟନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରବିବାର ରାତିରେ ଖାଇବା ପାଇଁ ଗୌରିଶଙ୍କରଙ୍କୁ ଘରଲୋକ ଡାକିଥିଲେ । କିନ୍ତୁ ସେ ଆଉ ବାହାରକୁ ଆସିନଥିଲେ । ଘରର ଉଭୟ ପଟ କବାଟରେ ତାଲା ପଡିଥିବାରୁ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା । ଆଉ ଝରକା ପଟେ ଦେଖିଲା ବେଳକୁ ଗୌରୀଶଙ୍କର ଏକ ଶାଢୀ ସହାୟତାରେ ବେକରେ ଫାଶୀ ଲଗାଇ ଝୁଲିପଡିଛନ୍ତି । ଏନେଇ ସିମୁଳିଆ ଥାନାକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ସେପଟେ ଗୌରୀଶଙ୍କରଙ୍କ ସ୍ତ୍ରୀ ଓ ପିଲାମାନେ ବାଙ୍ଗାଲୋରରେ ରହୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।