କଳା ଓ ସଂସ୍କୃତି ଦେଶ ବିଦେଶ

କାଶୀ ବିଶ୍ବନାଥ ଧାମର ସେବାୟତଙ୍କ ପାଇଁ ୧୦୦ ହଳ ଝୋଟ-ନିର୍ମିତ ଚପଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀ ଅନ୍ତର୍ଗତ କାଶୀ ବିଶ୍ବନାଥ ଧାମର ସେବାୟତଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ହଳ ଝୋଟରେ ତିଆରି ହୋଇଥିବା ଚପଲ ପଠାଇଛନ୍ତି।

ସରକାରୀସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କାଶୀ ବିଶ୍ବନାଥ ଧାମ କରିଡର୍‌ ଉଦ୍‌ଘାଟନ ନିମନ୍ତେ ବାରାଣସୀ ଗସ୍ତ ସମୟରେ ମନ୍ଦିର ପରିସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅଧିକାଂଶ ସେବାୟତ ଖାଲି ପାଦରେ କାର୍ଯ୍ୟ କରୁଥିବା ଦେଖିଥିଲେ।

ଏହାର କାରଣ ହେଲା, ଚମଡ଼ା ଅଥବା ରବର ନିର୍ମିତ ଜୋତାଚପଲ ପିନ୍ଧି ମନ୍ଦିର ପରିସରକୁ ପ୍ରବେଶ ନିଷେଧ। ପୁରରୋହିତମାନଙ୍କ ଠାରୁ ଆରମ୍ଭ କରି ସେବାୟତ, ସୁରକ୍ଷାକର୍ମୀ, ପରିମଳ କର୍ମୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ନିୟମରୁ ବାଦ ଦିଆଯାଏ ନାହିଁ।

ସେବାୟତମାନେ ଥଣ୍ଡାପାଗରେ ଖାଲି ପାଦରେ ନ ରହିବା ଲାଗି ପ୍ରଧାନମନ୍ତ୍ରୀ ତୁରନ୍ତ ୧୦୦ ହଳ ଝୋଟ-ନିର୍ମିତ ଚପଲ ଆଣି କାଶୀ ବିଶ୍ବନାଥ ଧାମକୁ ପଠାଇ ଦେଇଛନ୍ତି।

କହିବା ଅନାବଶ୍ୟକ, ଏଥିରେ କାଶୀ ବିଶ୍ବନାଥ ଧାମରେ କାର୍ଯ୍ୟରତ ଲୋକେ ଖୁବ୍‌ ଆନନ୍ଦିତ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୀକ୍ଷ୍ଣ ଦୃଷ୍ଟି ଓ ଗରିବଙ୍କ ଚିନ୍ତାର ଅନ୍ୟତମ ଦୃଷ୍ଟାନ୍ତ।

ଗତ ମାସରେ ଦୁଇଦିନିଆ ବାରାଣସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କାଶୀ ବିଶ୍ବନାଥ କରିଡର୍‌ ନିର୍ମାଣ କରିଥିବା ଶ୍ରମଜୀବୀଙ୍କ ଉପରେ ପୁଷ୍ପ ପାଖୁଡ଼ା ବୃଷ୍ଟି କରିବା ସହ ପରେ ସେମାନଙ୍କ ସହ ମିଶି ଭୋଜନ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,