ରାଜ୍ୟ

କାଳ ହେଉଛି ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ

ଚନ୍ଦ୍ରଶେଖରପୁର: ଟ୍ରାଫିକ୍ ନିୟମ କଡ଼ାକଡ଼ି ହେଉଛି। ଗାଡ଼ି ଚାଳକ ସାମାନ୍ୟ ଅନ୍ୟମନସ୍କ ହେଲେ ଜରିମାନା ଚାଲାଣ ସଙ୍ଗେ ସଙ୍ଗେ ମୋବାଇଲ୍‌କୁ ପଳାଇ ଆସୁଛି। ପ୍ରତିଦିନ ଭୁବନେଶ୍ବର କଟକରେ ଶତାଧିକ ଗାଡ଼ି ଚାଳକଙ୍କ ଚାଲାଣ କଟୁଛି। ତା’ସତ୍ତ୍ବେ ବି ବାଇକ୍ ଚାଳକମାନେ ବେପରୁଆ ଭାବେ ଗାଡ଼ି ଚଲାଇ ବିପଦକୁ ନିମନ୍ତ୍ରଣ କରୁଛନ୍ତି। ସେମାନଙ୍କ ଭୁଲ୍‌ ପାଇଁ ଆଉ କିଛି ଚାଳକ ବିନା ଭୁଲରେ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହେଉଛନ୍ତି। ବେଳେବେଳେ ଜୀବନ ମଧ୍ୟ ଚାଲିଯାଉଛି। ‌ଏତେ ସବୁ ପରେ ବି କେହି ଚେତୁନାହାନ୍ତି। ଚନ୍ଦ୍ରଶେଖରପୁର ଟ୍ରାଫିକ୍ ଥାନା ରିପୋର୍ଟ ଅନୁଯାୟୀ ଗତ ୬ ମାସରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଓ ଆଚାର୍ଯ୍ୟବିହାର-ନାଲକୋ ରାସ୍ତା ଓ ପଟିଆ- ଇନ୍‌ଫୋସିଟି-ଶିଖରଚଣ୍ଡୀ ରାସ୍ତାରେ ମୋଟ ୬୧ ଦୁର୍ଘଟଣା ଘଟିଛି। ୩ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଯାତ୍ରୀଙ୍କ ହାତ ଗୋଡ଼ ଭାଙ୍ଗି ଯିବାରୁ ପଙ୍ଗୁ ହୋଇଛନ୍ତି। ସେଥିରୁ ଅଧିକାଂଶ ରଙ୍ଗରୁଟ୍‌ ଡ୍ରାଇଭିଂ ଯୋଗୁ ଘଟିଥିବା ଜଣେ ଟ୍ରାଫିକ୍‌ ପୁଲିସ ଅଧିକାରୀ କହିଛନ୍ତି।

ପୁଲିସ୍ ତଥ୍ୟ ଅନୁଯାୟୀ ଜୟଦେବ ବିହାର ନିକଟ ପାଲ୍‌ ହାଇଟ୍ କଟ୍ ସମେତ ଆରସିଏମ୍, ଗଜପତି ନଗର, ବିଡିଏ କଲୋନି, ପଟିଆ ଛକ, କିଟ୍ ଛକ, ଇନ୍‌ଫୋସିଟି ଗୋଲେଇ ଛକ, ଆରଟିଓ ଅଫିସ୍‌ ଓ ରଘୁନାଥପୁର ଛକ କଟ୍‌ରେ ବାଇକ୍ ଚାଳକମାନେ ଟ୍ରାଫିକ୍ ନିୟମ ନମା‌ନି ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ କରୁଛନ୍ତି। ସର୍ଟକର୍ଟ ରାସ୍ତାରେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଗାଡ଼ିରେ ପିଟିହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି। ମଞ୍ଚେଶ୍ବର ରେଳଡବା କାରଖାନା ଆଡ଼ୁ ଆସି ଓମ୍‌ଫେଡ୍‌ ଛକରେ ବାହାରୁଥିବା ଚାଳକମାନେ ନାଲ୍‌କୋ ଛକରେ ୟୁଟର୍ଣ୍ଣ ନ ନେଇ ରଙ୍ଗ୍‌ରୁଟ୍‌ରେ ପାଖାପାଖି ୫୦୦ ମିଟର ଯିବା ପରେ ତନିସ୍କ ଜୁଏଲାରି ନିକଟରେ ଥିବା କଟ୍‌ ଦେଇ ଅପରପାର୍ଶ୍ବକୁ ଯାଉଛନ୍ତି। ସେହିପରି ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଆଡ଼କୁ ଆସୁଥିବା ଚାଳକମାନେ ଗଜପତିନଗରଠାରେ ପାଖାପାଖି ଦୁଇ ଶହ ମିଟର ରଙ୍ଗ୍‌ରୁଟ୍‌ରେ ଯିବା ପରେ ସୈନିକ ସ୍କୁଲକୁ ପ୍ରବେଶ କରୁଛନ୍ତି।

ଫଳରେ ନାଲକୋ ଛକରୁ ଆଚାର୍ଯ୍ୟ ବିହାର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଗାଡ଼ିରେ ପିଟିହୋଇ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି। ପାଲ୍‌ ହାଇଟ୍‌ ଛକ ନିକଟରେ ଚାଳକମାନେ ମାତ୍ର ୩୦ ମିଟର ବାଟ ରଙ୍ଗ୍‌ରୁଟ୍‌ରେ ଯିବାରୁ ପ୍ରତିଦିନ ଏଠାରେ ୧୦ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ହେଉଛି। ପାଲ୍‌ ହାଇଟକୁ ଯାଉଥିବା ଗ୍ରାହକମାନେ ନାଲକୋ ଛକ ଆଡ଼ୁ ଆସି ଜୟଦେବ ବିହାର ଛକରୁ ୟୁଟର୍ଣ୍ଣ ନେବା ପରିବର୍ତ୍ତେ ସେଠାରେ ଥିବା କଟ୍‌ ଦେଇ ରାସ୍ତା ଆରପାର୍ଶ୍ବକୁ ଯାଉଛନ୍ତି। ସେଠାରୁ ୩୦ ମିଟର ରଙ୍ଗ ଡ୍ରାଇଭ କରି ମଲ୍‌କୁ ଯାଉଛନ୍ତି। ଏହି ରାସ୍ତାରେ ସବୁବେଳେ ଭିଡ଼ ଲାଗିରହିଥିବାରୁ ଦୁର୍ଘଟଣା ବଢ଼ୁଛି। ବିଡିଏ କଲୋନିରୁ ବାହାରୁ ଥିବା ବାଇକ୍‌ ଚାଳକମାନେ ତନିସ୍କ କଟ୍‌ ପର୍ଯ୍ୟନ୍ତ ନ ଯାଇ ରଙ୍ଗରୁଟ୍‌ରେ ନାଲକୋ ଛକ ପର୍ଯ୍ୟନ୍ତ ଆସୁଛନ୍ତି। ଦିନ ସମୟରେ ଟ୍ରାଫିକ୍‌ ପୁଲିସ ଜଗିଥିବାରୁ ଚାଳକମାନେ ସାମାନ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ମାତ୍ର ରାତି ସମୟରେ ନିଜ ମର୍ଜିରେ ରଙ୍ଗ୍‌ରୁଟ୍‌ରେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ବଢ଼ୁଛି।

ଅମାନିଆଙ୍କ ଉପରେ ଟ୍ରାଫିକ୍ ପୁଲିସ ସିସିଟିଭି ନଜର ରଖି ଅନ୍‌ଲାଇନ୍ ଚାଲଣ କରୁଥିଲେ ମଧ୍ୟ କେତେଜଣ ଆଦୌ ସଚେତନ ହେଉନାହାନ୍ତି। କେତେକ ସମ୍ବେଦନଶୀଳ କଟ୍‌ ନିକଟରେ ଟ୍ରାଫିକ୍ ଥାନା ପୁଲିସ ଜଗୁଥିଲେ ମଧ୍ୟ ଅମାନିଆଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ରାସ୍ତା ଦୁର୍ଘଟଣା ରୋକିବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ପୁଲିସ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଗାଡ଼ି ଚାଳକମାନେ ସୁଧୁରୁ ନ ଥିବାରୁ ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।