ରାଜ୍ୟ ସ୍ପେଶାଲ ରିପୋର୍ଟ

କାଳଗର୍ଭରେ ଲୀନ ହେଲାଣି କାଗଜ କଣ୍ଢେଇ; ଚାହିଦା ଅଛି, ପ୍ରୋତ୍ସାହନ ନାହିଁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ: କାଳଗର୍ଭରେ ବୁଡ଼ିଯିବାକୁ ବସିଛି କାଗଜ କଣ୍ଢେଇ। ଦିନେ ଯେଉଁ ପାରମ୍ପରିକ କାଗଜ ମୁଖା ତିଆରି କରି ରୂପକାରମାନେ ପ୍ରଶଂସା ସାଉଁଟୁଥିଲେ ଏବେ ସେଇ କଳା ପ୍ରୋତ୍ସାହନ ଅଭାବରୁ ହଜି ଯାଉଛି। କାଗଜ ମୁଖା ତିଆରି କରୁଥିବା କାରିଗର ପରିବାରର ଦାୟଦମାନେ ଏହି କଳାରୁ ମୁହଁ ଫେରେଇ ନେଲେଣି। ଏବେଠୁ ଏହି ପାରମ୍ପରିକ କଳା ସଂଗ୍ରହାଳୟରେ ସ୍ଥାନ ପାଇଲାଣି। ଆଗକୁ ଏହା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବା ନେଇ ଆଶଙ୍କା ଦେଖା ଦେଇଛି।

ପୁରୀରେ ପୂର୍ବରୁ ଚିତ୍ରକର ସାହିର ୧୫ରୁ ଅଧିକ ପରିବାର କାଗଜ ମୁଖା, କଣ୍ଢେଇ, ସବାରୀ, ମନ୍ଦିର ଆଦି ପ୍ରସ୍ତୁତ କରୁଥିଲେ। ପାଳ ସାହି ଓ ବାସେଳି ସାହିରେ ମଧ୍ୟ କିଛି ପରିବାର ଏହି କାରିଗରୀରେ ପାରଙ୍ଗମ ଥିଲେ। ମାତ୍ର ପାରମ୍ପରିକ କଳା ପ୍ରତି ଲୋକେ ମୁହଁ ମୋଡ଼ିବା ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଏହି କଳାକୁ ତିଷ୍ଠି ରହିବା ପାଇଁ ଦେଲାନାହିଁ। ବଳଦେବ ସାହିର ୬୬ ବର୍ଷ ବୟସ୍କା ବିଷ୍ଣୁପ୍ରିୟା ମହାପାତ୍ରଙ୍କ କହିବା ମୁତାବକ, ଏହି କଣ୍ଢେଇରେ ପିଲାମାନଙ୍କର ଭାରି ଶ୍ରଦ୍ଧା। ବଡ଼ମାନେ ବି ଘର ସଜେଇବାକୁ କାଗଜ ମୁଖା ଓ କଣ୍ଢେଇ କିଣି ନିଅନ୍ତି। କାଗଜରେ ପ୍ରସ୍ତୁତ ହେଉଥିଲେ ହେଁ ଏହାକୁ ମୂଷା ଓ ଅନ୍ୟ କୀଟ ଯେଭଳି ନଷ୍ଟ ନକରିବେ ସେନେଇ ପ୍ରକ୍ରିୟାକରଣ କରାଯାଉଛି। କିନ୍ତୁ ବଜାର ଦରକୁ ଦେଖିଲେ ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ। ତେଣୁ ଆଜିକାଲିର ପିଢ଼ି ଏ କଳାକୁ ଆପଣାଇବାକୁ ଭଲ ପାଉନାହାନ୍ତି। ତାଙ୍କ କହିବା ମୁତାବକ, ବର୍ଷ ତମାମ ସେ ଅଦରକାରୀ କାଗଜରେ ଏହି କାଗଜ କଣ୍ଢେଇ ପ୍ରସ୍ତୁତ କରନ୍ତି। ଦିନ ଥିଲା, ଏହି କାଗଜ କଣ୍ଢେଇ ଥିଲା ତାଙ୍କ ଭଳି ୮-୧୦ ପରିବାରର ମୁଖ୍ୟ ବେଉସା। ମାତ୍ର ଉଚିତ ପାରିଶ୍ରମିକ ମିଳୁନଥିବାରୁ ସମୟାନୁକ୍ରମେ ମରିଯିବାକୁ ବସିଛି। ଏବେ ଏହି କଣ୍ଢେଇ ୨୦ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାହାରୁ ବ୍ୟବସାୟୀମାନେ ଆସି କିଣି ନିଅନ୍ତି। ଜାଗର, ଦୋଳ ପୂର୍ଣ୍ଣମୀ, ଚନ୍ଦନଯାତ୍ରା ସମେତ ବିଭିନ୍ନ ଯାନିଯାତ୍ରାରେ ହିଁ ଏହି ‌କଣ୍ଢେଇର ବିକ୍ରିବଟା ହୁଏ। ଯଦିଓ କଳାର ଆଦର ଅଛି, କିନ୍ତୁ ଏ କଳା ପାଇଁ ଆଉ ଲୋକ ନାହାନ୍ତି ବୋଲି ବିଷ୍ଣୁପ୍ରିୟା କହିଛନ୍ତି।

କାଗଜ, ଅଠା, ମାଟି, କରତ ଗୁଣ୍ଡ, ଖଡ଼ି, ରଙ୍ଗ, ବାନିସୀ, ଶାଗୁ ଓ ମହିଗିରାରେ କାଗଜ ନିର୍ମିତ ଅଭଙ୍ଗା କଣ୍ଢେଇମାନ ପ୍ରସ୍ତୁତ ହୁଏ। ତାଙ୍କ ହାତ ତିଆରି ବାଘ, ହାତୀ, ହରିଣ, ଷଣ୍ଢ ପ୍ରତିକୃତିର କାଗଜ କଣ୍ଢେଇ ବାଟରେ ଚାଲି ଯାଉଥିବା ଲୋକଙ୍କୁ ଅଟକି ଯିବାକୁ ବାଧ୍ୟ କରେ। ମୁଣ୍ଡ ହଲାଉଥିବା ବାଘ ହାତୀଙ୍କୁ ଦେଖିଲେ କିଣି ନେବାକୁ ମନ ଲୋଡ଼େ। ମାତ୍ର ସମୟ ସ୍ରୋତରେ ଏ କଳା ତା’ର ଅସ୍ତିତ୍ବ ହରାଇବାକୁ ଯାଉଛି। ଏନେଇ ଅନ୍ୟତମ ଶିଳ୍ପୀ ତଥା ଶ୍ରୀମନ୍ଦିରର ରୂପକାର ସେବକ ନରସିଂହ ମହାପାତ୍ର କହିଛନ୍ତି, ରଘୁରାଜପୁରରେ ଏହି କଳା କିଛି ମାତ୍ରାରେ ବଞ୍ଚି ରହିଛି। ହେଲେ ଶ୍ରୀକ୍ଷେତ୍ରରେ ଥିବା କାରିଗର ପରିବାର ଆଉ ଏହି ପାରମ୍ପରିକ କଳାକୁ ନେଇ ବିଶେଷ ଆଗ୍ରହ ଦେଖାଉନାହାନ୍ତି। ସେ ନିଜେ କେବଳ କିଛି ମେଳା ମହୋତ୍ସବ ପାଇଁ ଏହି କଳା ପ୍ରସ୍ତୁତ କରନ୍ତି। ବାସ୍ତବରେ ଏହାର ବିକଳ୍ପ ନାହିଁ। ଏବେ ବି କିଛି କଳାପ୍ରେମୀ କାଗଜ କଣ୍ଢେଇ ଖୋଜି ଖୋଜି ଆସି ଆମ ପାଖରେ ପହଞ୍ଚନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।