ରାଜ୍ୟ ସ୍ପେଶାଲ ରିପୋର୍ଟ

କାର୍‌ ମରାମତି ସମୟରେ ଜଳିଗଲା ବିଲ୍ଡିଂ: ଅଗ୍ନିକାଣ୍ଡରେ ୬ ମୃତ

ହାଇଦ୍ରାବାଦ୍‌: ହାଇଦ୍ରାବାଦର ନାମ୍ପାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ତିନି ଜଣ ଆହତ ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ତଳେ ଏକ କାର୍‌ ମରାମତି କାର୍ଯ୍ୟ ଚଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ଏପରି ହୋଇଛି।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପର ମହଲାରେ ଫସି ରହିଥିବା ଲୋକମାନଙ୍କୁ ଝରକା ବାଟ ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଉଛି।

ନିଆଁ ଲାଗିବା ପ୍ରଥମେ ତଳ ମହଲାରୁ ଆରମ୍ଭ ହୋଇଥିବା ବେଳ ଧୀରେ ଧୀରେ ଏହା ଅନ୍ୟ ସବୁ ମହଲାକୁ ବି ବ୍ୟାପିଗଲା। ଉପର ମହଲାରେ ବ୍ୟାପିବା ପରେ ନିଆଁ ଆହୁରି ଜୋର୍‌ ଜଳିଥିଲା।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପ୍ରଥମେ ପାଣି ପକାଇ ଅଗ୍ନିକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲେ ବି ହୋଇ ପାରିନଥିଲା। ଶେଷରେ ରାସାୟନିକ ପଦାର୍ଥ ଦ୍ବାରା ନିଆଁକୁ ଆୟତ୍ତ କରାଯାଛି।

ଏହି ଅଗ୍ନିକାଣ୍ଡ ପ୍ରାୟ ସକାଳ ୯.୩୫ରେ ଘଟଛି। ଅଗ୍ନିକାଣ୍ଡ ଘଟିବା ପରେ ଘଟଣାସ୍ଥଳ‌େ ଅନେକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଜଣାପଡିନାହିଁ।

ଏହାପୂର୍ବରୁ ଆଜି ହାଇଦ୍ରାବାଦର କୋଥାପେଟର ଲଲିତା ଡାକ୍ତରଖାନା ନିକଟରେ ଥିବା ଏକ ଦୋକାନରେ ଆଉ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।