କଳା ଓ ସଂସ୍କୃତି ଧର୍ମ

କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ଟି ନିୟମ, ମିଳିଥାଏ ସୁଖ ସମୃଦ୍ଧି

ଭୁବନେଶ୍ୱର ୩୧/୧୦ : ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ଯେଉଁ ବ୍ୟକ୍ତି ବ୍ରତ ପାଳନ କରନ୍ତି ଏବଂ ତପ କରନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ। କାର୍ତ୍ତିକ ମାସ ଶରତ ପୂର୍ଣ୍ଣିମାରୁ ଆରମ୍ଭ ହୁଏ। କାର୍ତ୍ତିକ ମାସରେ ଏହି ୭ଟି ନିୟମ ପାଳନ କରିବା ଉଚିତ। ଏହିସବୁ ନିୟମ ପାଳନ କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ୭ଟି ନିୟମ କଣ କଣ :

୧. କାର୍ତ୍ତିକ ମାସରେ ତୁଳସୀ ପୂଜା ଓ ତୁଳସୀ ସେବନ କରିବାର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

୨. କାର୍ତ୍ତିକ ମାସରେ ଭୂଇଁରେ ଶୋଇବା ଉଚିତ। ଭୂଇଁରେ ଶୋଇଲେ ମନରେ ପବିତ୍ର ବିଚାର ଆସେ ବୋଲି ବିଶ୍ୱାସ ରହିଛି।

୩. କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଯାଏ ନାହିଁ। କାର୍ତ୍ତିକ ମାସରେ କେବଳ ଗୋଟିଏ ଦିନରେ ନରଙ୍କ ଚତୁର୍ଦଶୀ (କାର୍ତ୍ତିକ କୃଷ୍ଣ ଚତୁର୍ଦଶୀ)ରେ ହିଁ ତେଲ ଲଗାଯାଏ।

୪. କାର୍ତ୍ତିକ ମାସରେ ଦୀପ ଦାନ ନିଶ୍ଚୟ କରିବା ଉଚିତ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ମାସରେ ନଦୀ, ପୋଖରୀ ଆଦିରେ ଦୀପ ଦାନ କରାଯାଏ।

୫. କାର୍ତ୍ତିକ ମାସରେ ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ମଧ୍ୟ ରହିଛି ଯାହା ପାଳନ କରିବା ଉଚିତ। ଏହି ମାସରେ ଡାଲି ଖାଇବା ନିଷେଧ ହୋଇଥାଏ। ଏହି ମାସରେ ହାର୍ଡ, ମସୁର, ଚଣା, ମଟର, ସୋରିଷ ଆଦି ଖାଇବା ଉଚିତ ନୁହେଁ।

୬. କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ଏହି ମାସରେ ବ୍ରହ୍ମଚର୍ଯ୍ୟ ପାଳନ ନ କରିବା ଅଶୁଭ ବୋଲି କୁହାଯାଏ।

୭. କାର୍ତ୍ତିକ ମାସରେ ସଂଯମ ରକ୍ଷା କରିବା ଉଚିତ। କୌଣସି ପ୍ରକାର ଝଗଡା ଓ ବିବାଦ ଠାରୁ ଦୁରେଇ ରହିବ ଉଚିତ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ